ପେଟ ପାଇଁ କେବେ ଚାହା ଷ୍ଟଲ୍ ଖୋଲିଥିଲେ ଅନ୍ନୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 20, 2019

ପେଟ ପାଇଁ କେବେ ଚାହା ଷ୍ଟଲ୍ ଖୋଲିଥିଲେ ଅନ୍ନୁ…

ମୁମ୍ୱାଇ: ସଂଘର୍ଷର ଅନ୍ଧକାରକୁ ଡେଇଁ ସଫଳତାର ଆଲୋକକୁ ଛୁଇଁଥିବା ତାରକାଙ୍କ ମଧ୍ୟରେ ବଲିଉଡ୍‌ରେ ଅନେକ କଳାକାର ଅଛନ୍ତି। ସେମିତି ଜଣେ କଳାକାର ହେଉଛନ୍ତି ଅନ୍ନୁ କପୁର୍‌। ସେ ଏକାଧାରରେ ଜଣେ ଅଭିନେତା,ଉପସ୍ଥାପକ ତଥା ଗାୟକ। ଟିଭି ଓ ଫିଲ୍ମରେ ତାଙ୍କୁ ସବୁ ପ୍ରକାର ଅଭିନୟ କରୁଥିବାର ଦେଖିବାକୁ ମିଳିଥାଏ। ନିଜର ଅଭିନୟ ଦ୍ୱାରା ଦର୍ଶକଙ୍କ ମନରେ ଘର କରିଥିବା ଅନ୍ନୁ କପୁର୍‌ଙ୍କର ଆଜି ହେଉଛି ୬୩ତମ ଜନ୍ମଦିନ। ତାଙ୍କର ଜନ୍ମ ଦିନରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହିତ ଜଡ଼ିତ କିଛି ଅଜଣା କଥା।

ଅନ୍ନୁ କପୁର୍‌ ୨୦ ପେବୃଆରୀ ୧୯୫୬ ମସିହାରେ ମଧ୍ୟପ୍ରଦେଶର ଭୋପାଳରେ ଜନ୍ମଗ୍ରହଣ କରିଥିଲେ। ଅନ୍ନୁଙ୍କୁ ଦେଶର ସବୁ ପ୍ରାନ୍ତର ଭାଷା ଓ ଗୀତର ଜ୍ଞାନ ଜଣା ଅଛି।
ଆହୁରି ମଧ୍ୟ କୁହଯାଏ, ଅନ୍ନୁଙ୍କ ସ୍ମୃତିଶକ୍ତି ବହୁତ ପ୍ରଖର। ତାଙ୍କ ସହିତ କାମ କରୁଥିବା ସହକର୍ମୀ ତାଙ୍କୁ ସ୍ମୃତିର ଖଣି ବା ମୂଲ୍ୟବାନ ଖଣି ବୋଲି କହିଥାନ୍ତି। ରେଡିଓରେ ଶୋ’ କରିବା ସମୟରେ ସେ ଶ୍ରୋତା ସହିତ ଘଣ୍ଟା ଘଣ୍ଟା କଥାବାର୍ତ୍ତା କରି ପାରିଥାନ୍ତି। ଏଥିପାଇଁ ତାଙ୍କୁ ଶ୍ରୋତା ମଧ୍ୟ ପସନ୍ଦ କରିଥାନ୍ତି।

ଅନ୍ନୁ ବଲିଉଡ୍‌ରେ ତାଙ୍କ କ୍ୟାରିୟରର ଆରମ୍ଭ ଶ୍ୟାମ ବେନେଗଲଙ୍କ ଫିଲ୍ମ ‘ମଣ୍ଡି’ରୁ କରିଥିଲେ। ଏହି ଫିଲ୍ମରେ ଅନ୍ନୁଙ୍କର ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏପରିକି ଏକ ଥିଏଟର୍‌ ପ୍ଲେ କରିବା ସମୟରେ ଅନ୍ନୁଙ୍କୁ ୨୩ ବର୍ଷ ହୋଇଥିବା ବେଳେ ସେ ୭୦ ବର୍ଷ ବୟସ୍କ ଲୋକର ଅଭିନୟ ମଧ୍ୟ କରିପାରୁଥିଲେ।

ଅନ୍ନୁ ସିଙ୍ଗିଙ୍ଗ୍‌ ରିୟଲିଟି ଶୋ’ ‘ଅନ୍ତାକ୍ଷରୀ’ରେ ହୋଷ୍ଟ୍‌ କରିବା ପରେ ଅନେକ ଲୋକପ୍ରିୟତା ହାସଲ କରିଥିଲେ। ସେହିପରି ତାଙ୍କର ଅନ୍ୟ ଏକ ଶୋ’ ‘ସୁହାନା ସଫର୍‌’ ମଧ୍ୟ ବେଶ୍‌ ଲୋକପ୍ରିୟ। ଏଥିରେ ଅନ୍ନୁ ଫିଲ୍ମ ଜଗତର ଅକୁହା କାହାଣୀ ଶୁଣାଇଥାନ୍ତି।

ଫିଲ୍ମ ତାରକାଙ୍କ କାହାଣୀ ଶୁଣାଉଥିବା ଅନ୍ନୁ କପୁର୍‌ଙ୍କ କାହାଣୀ ଖୁବ୍‌ କମ୍‌ ଲୋକଙ୍କୁ ଜଣା। ପରିବାରର ଆର୍ଥିକ ସଙ୍କଟ ଥିବା ଯୋଗୁ ଅର୍ଥ ଉପାର୍ଜନ ପାଇଁ ସେ ଏକ ଚାହା ଷ୍ଟଲ୍‌ ଖୋଲିଥିଲେ। ଚାହା ଷ୍ଟଲ୍‌ ନ ଚାଲିବା କାରଣରୁ ଅନ୍ନୁ ବିଭିନ୍ନ ଚୁନା ବିକ୍ରି କରିବା ଆରମ୍ଭ କରିଥିଲେ। ଏପରିକି ସେ ଲଟେରୀ ଟିକେଟ୍‌ ମଧ୍ୟ ବିକ୍ରି କରିବା ବ୍ୟବସାୟ ମଧ୍ୟ କରିଛନ୍ତି।

ଏସବୁ କରିବା ସତ୍ତ୍ୱେ ମଧ୍ୟ ଅନ୍ନୁ ତାଙ୍କ ଜୀବନର ଅସଲ ଲକ୍ଷ୍ୟକୁ ଭୁଲି ନ ଥିଲେ। ଅଭିନେତାର ହେବାର ଲକ୍ଷ୍ୟ ନେଇ ସେ ଦିଲ୍ଲୀର ନ୍ୟାସନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମା କଲେଜ୍‌ରେ ନାମ ଲେଖାଇଥିଲେ। ଅନ୍ନୁ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ବକ୍ସ ଅଫିସରେ ସଫଳତା ଅର୍ଜନ କରିଥିବା ଅନ୍ନୁଙ୍କର ଫିଲ୍ମ ମଧ୍ୟରେ ରହିଛି ବିକି ଜୋନର୍‌, ଜୋଲି ଏଲ୍‌ଏଲ୍‌ ବି୨, ସାତ୍‌ ଖୁନ୍ ମାଫ୍‌, ଏକ ରୁକା ହୁଆ ଫୈସଲା ଓ ମିଷ୍ଟର୍‌ ଇଣ୍ଡିଆ।



from Odisha Reporter https://ift.tt/2Sfrd0G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages