ଭାରତ-ପାକ୍‌ ମ୍ୟାଚ୍‌ ବଦଳିବାର କୌଣସି ସୂଚନା ନାହିଁ: ଆଇସିସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 20, 2019

ଭାରତ-ପାକ୍‌ ମ୍ୟାଚ୍‌ ବଦଳିବାର କୌଣସି ସୂଚନା ନାହିଁ: ଆଇସିସି

ଦୁବାଇ: ଭାରତ ଓ ପାକିସ୍ତାନ ବିଶ୍ୱକପ୍‌ରେ ମ୍ୟାଚ୍‌ ଖେଳିବା ଉଚିତ ନୁହେଁ ବୋଲି ଦାବି ହେଉଥିବା ବେଳେ ଆଜି ଆଇସିସି ନିଜର ପକ୍ଷ ରଖିଛି। ବିଶ୍ୱକପ୍‌ରେ କୌଣସି ମ୍ୟାଚ୍‌ ବଦଳିବାର ସମ୍ଭାବନା ବା ସୂଚନା ନାହିଁ। ତେଣୁ ଭାରତ ଓ ପାକ୍‌ ମ୍ୟାଚ୍‌ ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ହୋଇପାରେ ବୋଲି ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାଭେ ରିଚାର୍ଡସନ୍‌ କହିଛନ୍ତି।

ସେ କହିଛନ୍ତି, “ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଯାହା ଘଟିଲା, ତାକୁ ନିନ୍ଦା କରୁଛୁ। ଆମେ ପୀଡ଼ିତଙ୍କ ପରିବାରକୁ ସମବେଦନା ଜଣାଉଛୁ। ଆମେ ଏହି ଘଟଣାକୁ ମନିଟରିଂ ମଧ୍ୟ କରୁଛୁ। ତେବେ ଏହି ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ବିଶ୍ୱକପ୍‌ରେ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ଆମ ପାଖରେ କୌଣସି ସୂଚନା ନାହିଁ। ଉଭୟ ଦେଶ ଆମକୁ ଏ ସମ୍ପର୍କରେ କିଛି କହିନାହାନ୍ତି।

ଦୁଇ ଦେଶର କ୍ରିକେଟ ବୋର୍ଡ ମଧ୍ୟ ଆମକୁ ମ୍ୟାଚ୍‌ ଖେଳିବେ କି ନାହିଁ ସେ ସମ୍ପର୍କରେ ଲିଖିତ ଭାବେ ଅବଗତ କରାଇ ନାହାନ୍ତି। ତେଣୁ ଆଇସିସି କାର୍ଯ୍ୟସୂଚୀର କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ଭାରତ ଓ ପାକ୍‌ ମ୍ୟାଚ୍‌ର ଟିକେଟ୍‌ ପାଇଁ ସବୁବେଳେ ଅଧିକ ଭିଡ଼ ହୁଏ। ଏଥିପାଇଁ ଏବେଠାରୁ ୪ ଲକ୍ଷ ଲୋକ ଆବେଦନ କରି ସାରିଲେଣି। କିନ୍ତୁ ଭାରତ ଓ ପାକ୍‌ ମ୍ୟାଚ୍‌ ହେବାକୁ ଥିବା ମ୍ୟାଞ୍ଚେଷ୍ଟର ଷ୍ଟାଡିୟମରେ ମାତ୍ର ୨୫ ହଜାର ଲୋକ ବସିବାର ବ୍ୟବସ୍ଥା ରହିଛି। ଏଥିପାଇଁ କିଛି ଲୋକ ନିଶ୍ଚିତ ଭାବେ ନିରାଶ ହେବେ। କେବଳ ଇଂଲଣ୍ଡ ନୁହେଁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ କ୍ରୀଡ଼ା ପ୍ରେମୀ ଏହି ମ୍ୟାଚ୍‌ ଦେଖିବାକୁ ଆସିବେ। ଆମେ ଜାଣିଛୁ କ୍ରୀଡ଼ା ହିଁ ଦୁଇ ଦେଶର ଲୋକଙ୍କୁ ଏକାଠି କରିଥାଏ।”



from Odisha Reporter https://ift.tt/2SfrpwW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages