ସମ୍ବଲପୁରରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ସମ୍ବଲପୁରରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ

SBP

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ଗୋଟିଏ ସମୟରେ ୨୦୦୯ରୁ ୨୦୧୪ ମସିହା ଭିତରେ ରେଳ ବଜେଟ୍ ବାର୍ଷିକ ହାରାହାରି ୮୩୮ କୋଟି ଟଙ୍କା ଆସୁଥିଲା। ୨୦୧୪ରୁ ୨୦୧୮ ନରେନ୍ଦ୍ର ମୋଦିଙ୍କ ସମୟରେ ତାହା ବୃଦ୍ଧି ପାଇ ୪ ହଜାର ୬୮୭ କୋଟି ଟଙ୍କା ଆସିଲା। ଏବର୍ଷ ଓଡ଼ିଶାକୁ ୬ ହଜାର ୮୯୨ କୋଟି ଟଙ୍କା ଆସିଛି। ଆଜି ସମ୍ବଲପୁରରେ ରେଳ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇ ଏପରି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେହିପରି ବରଗଡ଼ରେ ନଡ଼ାରୁ ଇଥାନଲ ବାହାର କରିବାର ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏଥିରେ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଝାରସୁଗୁଡ଼ାକୁ ଏକ ଅଏଲ ହବ୍ କରିବାରେ ଇଣ୍ଡିଆନ୍ ଅଏଲ, ଭାରତ ପେଟ୍ରୋଲିୟମ, ଏଚପିସିଏଲ୍ ତିନୋଟି ଯାକ କମ୍ପାନୀର ଷ୍ଟୋରେଜ ଫାସିଲିଟି ଆଗାମୀ ୨୫-୩୦ ବର୍ଷ ପର୍ଯ୍ୟନ୍ତ ପଶ୍ଚିମାଞ୍ଚଳକୁ ସପ୍ଲାଏ କରିବାର ଯୋଜନା କରାଯାଇଛି। ବଲାଙ୍ଗୀର ଓ ଝାରସୁଗୁଡ଼ାରେ ଏଲପିଜି କନେକ୍ସନ ବଢ଼ିବା ସହ ବଟଲିଂ ପ୍ଲାଣ୍ଟ ତିଆରି କରିବାର ଯୋଜନା କରାଯାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସେ କହିଛନ୍ତି, “ସମ୍ବଲପୁର ସହରକୁ ଆହୁରି ସୁନ୍ଦର କରିବା ପାଇଁ ରେଳ ବିଭାଗର ଅନେକ କାର୍ଯ୍ୟକ୍ରମ କରାଯାଇଛି। ସମ୍ବଲପୁର ରେଳ ଷ୍ଟେସନ୍‌ରୁ ଏସ୍କାଲେଟର, ବୟସ୍କ ଓ ଦିବ୍ୟାଙ୍ଗ ଲୋକଙ୍କୁ ସବୁଠୁ ଅଧିକ ଲାଭ ମିଳିବ। ଷ୍ଟେସନରେ ଫୁଡ ପ୍ଲାଜା ମଧ୍ୟ ଆଧୁନିକ ଢଙ୍ଗରେ ତିଆରି ହୋଇ ହୋଇପାରିଛି। ଆଜି ଉଦଘାଟିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ଯୋଗୁ ରୋଜଗାର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିଛି। ଏହା ବ୍ୟତୀତ ଷ୍ଟେସନର ସୌନ୍ଦର୍ଯ୍ୟକରଣ ମଧ୍ୟ ହେବ। ପାଖାପାଖି ମୋଟ ୮ କୋଟି ଟଙ୍କା ଖର୍ଚ୍ଚ କରି ଏ କାର୍ଯ୍ୟକ୍ରମକୁ ସମ୍ବଲପୁର ରେଳ ବିଭାଗ କରିପାରିଛି। ଏଥିପାଇଁ ରେଳ ବିଭାଗକୁ ଧନ୍ୟବାଦ ଜଣାଉଛି।”

ଶ୍ରୀ ପ୍ରଧାନ କହିଛନ୍ତି ଯେ, “ବରପାଲି, ବରମୂଳ ଏବଂ ମୁରିବାହାଲ ତିନୋଟି ରେଳ ଷ୍ଟେସନରେ ନାଗରିକମାନଙ୍କ ଅପେକ୍ଷାନୁସାରେ ରେଳ ରହଣିର ବ୍ୟବସ୍ଥା ଆଜିଠାରୁ କରାଯାଇଛି। ରାଜଧାନୀ ଏକ୍ସପ୍ରେସ୍ ସମ୍ବଲପୁର ଦେଇ ଚଲେଇ ଥିବାରୁ ରେଳମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। ପୂର୍ବରୁ ରାଜଧାନୀ ଏକ୍ସପ୍ରେସ ଓଡ଼ିଶାରୁ ସିଧା ବାହାରେ ବାହାରେ ଯାତାୟତ କରୁଥିଲା। ଭଦ୍ରକ, ବାଲେଶ୍ୱର ଦେଇ ଖଡ଼ଗପୁର ଆଡ଼କୁ ସିଧାସିଧା ଚାଲିଯାଉଥିଲା। ସେହିପରି ହୀରାଖଣ୍ଡ ଏକ୍ସପ୍ରେସ, ପଣ୍ଡିଚେରୀ ଏକ୍ସପ୍ରେସ, ବିଶାଖା ଏକ୍ସପ୍ରେସରେ ବଗି ଲାଗୁ, ସେ ଦିଗରେ ମଧ୍ୟ ପଦକ୍ଷେପ ନେବାକୁ ଡିଆରଏମଙ୍କୁ ଅନୁରୋଧ କରୁଛି।”

ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ଗତ ତିନି ମାସରେ ୨୦ ହଜାର କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ଓଡ଼ିଶାରେ କରି ଯାଇଛନ୍ତି। ଯେ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକଶିତ ହୋଇନି ସେ ଯାଏ ନୂଆ ଭାରତ କଳ୍ପନା କରିବା ଭୁଲ ହେବ। ରଙ୍ଗବତୀ ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ସାରା ବିଶ୍ୱର ଲୋକମାନଙ୍କ ମନରେ ଅଛି। ସମ୍ବଲପୁରରେ ରାଜ୍ୟ ସରକାର ଜାଗା ଦେଲେ ବୀର ସୁରେନ୍ଦ୍ର ସାଏ, ହୀରାକୁଦ ଡ୍ୟାମ, ରଙ୍ଗବତୀ, ସମ୍ବଲପୁରୀ ବସ୍ତ୍ରାଳୟଠାରୁ ଆରମ୍ଭ କରି ଜିତେନ୍ଦ୍ର ହରପାଲ ପର୍ଯ୍ୟନ୍ତ ସବୁ ବିଷୟକୁ ନେଇ ଜାତୀୟ ସ୍ତରର ମ୍ୟୁଜିୟମ କରିଯିବ। ଭାରତ ସରକାର ଏହାର ସହଯୋଗୀ ହେବେ। ଏହାର ଦାୟିତ୍ୱ ମୁଁ ନେଉଛି। ଆଇଆଇଏମ ସମ୍ବଲପୁରକୁ ନରେନ୍ଦ୍ର ମୋଦି ଆଣିଲେ। ଖୋର୍ଦ୍ଧା, ବଲାଙ୍ଗୀର ରେଳ ଲାଇନ ଚଳାଇବା ପାଇଁ ପ୍ରଧାନମନ୍ତ୍ରୀ ଖୋଦ ଆସିଥିଲେ।”

ସେ ଆହୁରି କହିଛନ୍ତି, “ସମ୍ବଲପୁର ଜିଲ୍ଲାରେ ୨ ଲକ୍ଷ ୮୦ ହଜାର ଘର ଅଛି। ତା’ ଭିତରୁ ୨୦୧୪ ମସିହାରେ ୫୯ ହଜାର ଘରେ ଏଲପିଜି ଥିଲା। ଏବେ ତାହା ବଢ଼ି ୧ ଲକ୍ଷ ୭୦ ହଜାରରେ ପହଞ୍ଚିଛି। ୭୫ ହଜାର ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଏଲପିଜି ପହଞ୍ଚିଛି। ସମୁଦ୍ର ଉପକୂଳ ଧାମରାରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗାର ପାଇପ ଲାଇନ ସମ୍ବଲପୁର ଜିଲ୍ଲା ଦେଇକି ଯାଉଛି। ୨ରୁ ୩ ବର୍ଷ ମଧ୍ୟରେ ୧୦୦୦ କୋଟି ଟଙ୍କା ଖର୍ଚ୍ଚରେ ସମ୍ବଲପୁର, ବରଗଡ ଓ ଦେବଗଡ଼ ଜିଲ୍ଲାରେ ଦିଲ୍ଲୀ ଓ ମୁମ୍ବାଇ ପରି ଘରେ ଘରେ ପାଇପ ଯୋଗେ ଗ୍ୟାସ ପହଁଚାଯିବ। ଭାରତ ପେଟ୍ରୋଲିୟମ କର୍ପୋରେସନକୁ ଏହି ଦାୟିତ୍ୱ ଦିଆଯାଇଛି।”



from Odisha Reporter http://bit.ly/2S4gfem

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages