ଓଡ଼ିଶାକୁ ଶାସନ କରୁଛି ତାମିଲ ଗୋଷ୍ଠୀ: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ଓଡ଼ିଶାକୁ ଶାସନ କରୁଛି ତାମିଲ ଗୋଷ୍ଠୀ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିକେ ପାଣ୍ଡିଆନଙ୍କ ନେତୃତ୍ୱରେ ଏକ ତାମିଲ ଗୋଷ୍ଠୀ ପ୍ରକୃତରେ ଓଡ଼ିଶାକୁ ଶାସନ କରୁଛନ୍ତି ଓ ଏମାନେ ସାଂଘାତିକ ଷଡ଼ଯନ୍ତ୍ର କରି ରାଜ୍ୟକୁ ଅରାଜକତା ଆଡ଼କୁ ଟାଣି ନେଉଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି।

ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଆଜି କଡ଼ା ଭାଷାରେ ରାଜ୍ୟର କିଛି ପ୍ରଶାସନିକ ଅଫିସରଙ୍କୁ ଖୋଲାଖୋଲି ସମାଲୋଚନା କରିବା ସହ ନିର୍ବାଚନବେଳେ ସେମାନଙ୍କୁ ସ୍କାନରରେ ରଖିବା ପାଇଁ ଜାତୀୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଓଡ଼ିଶାରେ ନବୀନବାବୁଙ୍କ କୁଶାସନରେ ଗଣତନ୍ତ୍ରକୁ ଅହୋରାତ୍ର ହତ୍ୟା କରାଯାଉଛି। କିଛି ମୁଷ୍ଟିମେୟ ସରକାରୀ ଅଫିସର ଏବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନଙ୍କ ନେତୃତ୍ୱରେ ରାଜ୍ୟରେ କଳାଶାସନ ଚଳାଇଛନ୍ତି। ଇତିହାସରେ ଓଡ଼ିଶାକୁ ଯେଭଳି ତାମିଲମାନେ ଶାସନ କରିଥିଲେ ଏବେ ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପାଣ୍ଡିଆନଙ୍କ ନେତୃତ୍ୱରେ ଏହି ଅଫିସର ଗୋଷ୍ଠୀ ଏବେ ନିର୍ବାଚନ ପାଇଁ ବିଜେଡି କର୍ମକର୍ତ୍ତାଙ୍କଠୁ ଅଧିକ ତତ୍ପର ହୋଇଉଠିଛନ୍ତି। ସେମାନେ ଅପରାଧିକ ଷଡ଼ଯନ୍ତ୍ରଠୁ ଆରମ୍ଭ କରି ରାଜ୍ୟ ରାଜକୋଷକୁ ଲୁଟ୍ କରିବାରେ ଲାଗିଛନ୍ତି। ଏମାନେ ସାଂଘାତିକ ଷଡ଼ଯନ୍ତ୍ର କରି ରାଜ୍ୟକୁ ଅରାଜକତା ଆଡ଼କୁ ନେଇଯାଉଛନ୍ତି।  ହତ୍ୟା, ଲୁଣ୍ଠନ, ବଳାତ୍କାର ଆଦି ଏମାନଙ୍କ ଇସାରାରେ ଚାଲିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ରାଜ୍ୟରେ ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା  କାର୍ତ୍ତିକେୟନଙ୍କ ନେତୃତ୍ୱରେ ଏହି ଅରାଜକତା ଚାଲିଛି। ସେଥିପାଇଁ ରାଜ୍ୟ ବିଜେପି ନିର୍ଦ୍ଦିଷ୍ଟ ଭାବେ ୧୦-୧୨ଜଣ ଅଫିସରଙ୍କୁ ନିର୍ବାଚନବେଳେ ସ୍କାନରରେ ରଖିବା ନିମନ୍ତେ ନିର୍ବାଚନ କମିଶନଙ୍କ ନିକଟରେ ଦାବି ଜଣାଇଛି। ତେବେ ଏନେଇ ଅଧିକ ତଥ୍ୟ ନିର୍ବାଚନ କମିଶନଙ୍କୁ ଦେବାକୁ ବିଜେପି ଚାହୁଁଥିଲା କିନ୍ତୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସେଥିପାଇଁ ଅନୁମତି ଦେଇନଥିଲେ। ଏହି ଗୋଷ୍ଠୀ ଏବେ ପୁଲିସକୁ ଗୁଣ୍ଡାବାହିନୀ ସଜାଇ ଅରାଜକତା କରୁଛି। ୩୭ଜଣ ନିରୀହ ଲୋକଙ୍କୁ ଏନକାଉଣ୍ଟର କରି ମାରିବା ଅଭିଯୋଗ ଥିବା ଆଇପିଏସ ଆଶିଷ ସିଂହଙ୍କୁ ଏବେ ଗୁଇନ୍ଦା ଡିଆଇଜି ଭାବେ ବଦଳି କରାଯାଇଛି। ତାଙ୍କ ମାଧ୍ୟମରେ ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅତ୍ୟାଚାର କରିବା ସହ ବିଜେଡି ସରକାରଙ୍କୁ ଟେଲିଫୋନ୍ ଟ୍ୟାପିଙ୍ଗ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ।

ଶ୍ରୀ ଆଚାର୍ଯ୍ୟ ୧୪ଜଣ ଅଫିସରଙ୍କ ନାଁରେ ଅଭିଯୋଗ ଆଣି କହିଥିଲେ ଯେ, ଏମାନେ ଏବେ ପାଣ୍ଡିଆନଙ୍କ ନେତୃତ୍ୱରେ ରାଜ୍ୟରେ କଳାଶାସନ ଓ ତାମିଲ ଶାସନ ଚଳାଇଛନ୍ତି। ଯେଉଁ ଅଫିସରମାନଙ୍କ ବିରୁଦ୍ଧରେ ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଫେରାଦ ହୋଇଛି ସେମାନେ ହେଲେ, ଭିକେ ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ, ଆଇପିଏସ ଡିଏସ କୁଟ୍ଟେ, ଆଶୀଷ ସିଂହ, ଆଇଏଏସ ରୂପାରୋଶନ ସାହୁ, ଗୋପବନ୍ଧୁ ଦାସ, ସାର୍ଥକ ବର୍ମା, ବିଶାଳ ଦେବ, ପ୍ରେମଚାନ୍ଦ ଚୌଧୁରୀ, ହେମନ୍ତ ଶର୍ମା, କ୍ରିଷ୍ଣନ କୁମାର, ଇଂ ନଳିନୀ ପ୍ରଧାନ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ଏହି ଅଫିସରମାନଙ୍କୁ ତୁରନ୍ତ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବା ସହ ସେମାନଙ୍କ ବଦଳି ପାଇଁ ବିଜେପି ଦାବି କରିଛି। ଏହି ଅବସରରେ ବିଜେପି ନଳିନୀ ପ୍ରଧାନ, ବିଶାଳ ଦେବ, ଗୋପବନ୍ଧୁ ଦାଶ ଓ ଡିଏସ କୁଟ୍ଟେଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛି।



from Odisha Reporter http://bit.ly/2IcWbqD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages