ଓଡ଼ିଶାରୁ ଅଧିକ ଲୋକସଭା ଆସନ ପାଇବା ଲକ୍ଷ୍ୟରେ କଂଗ୍ରେସ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ଓଡ଼ିଶାରୁ ଅଧିକ ଲୋକସଭା ଆସନ ପାଇବା ଲକ୍ଷ୍ୟରେ କଂଗ୍ରେସ 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସର ଫୋକସ୍‌ରେ ରହିଛି ୧୧ଟି ଲୋକସଭା ଆସନ। ଖାସ୍ ସେଥିପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ତର୍ଜମା କରୁଛି ସ୍କ୍ରିନିଂ କମିଟି। ପ୍ରଥମ ଥର ପାଇଁ ସ୍କ୍ରିନିଂ କମିଟି ଓଡ଼ିଶା ଗସ୍ତ କରିଥିବାରୁ ନେତା, କର୍ମୀ ସମସ୍ତେ ଉତ୍ସାହିତ ଅଛନ୍ତି।

ଏଆଇସିସି ଅଧ୍ୟକ୍ଷ ଭାର ନେବା ପରେ ରାହୁଲଙ୍କ ଫର୍ମୁଲା ଅନୁଯାୟୀ ତୃଣମୂଳସ୍ତରରୁ ପ୍ରାର୍ଥୀ ଚୟନ କସରତ ଆରମ୍ଭ ହୋଇଛି। ଦ୍ୱିତୀୟ ଦିନରେ ଭୁବନେଶ୍ୱରରେ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି ଡି ସାଥୀସାନ୍, ଲୋକସଭା ନିର୍ବାଚନମଣ୍ଡଳୀ ଓ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନ ନେଇ ଆଲୋଚନା କରିଛନ୍ତି। ସେପଟେ ନବରଙ୍ଗପୁର ଯାଇଥିବା ସ୍କ୍ରିନିଂ କମିଟି ସଦସ୍ୟ ନୌସାଦ୍ ସୋଲାଙ୍କି ନବରଙ୍ଗପୁର ଓ କଳାହାଣ୍ଡି ନିର୍ବାଚନ ମଣ୍ଡଳୀ ଓ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ ନେଇ ତର୍ଜମା କରିଛନ୍ତି।

ପ୍ରାର୍ଥୀ ଚୟନ ଲାଗି ସମସ୍ତଙ୍କ ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ସ୍କ୍ରିନିଂ କମିଟି ଅଧ୍ୟକ୍ଷ। ନିର୍ବିବାଦୀୟ ଓ ସର୍ବସମ୍ମତିକ୍ରମେ ଜଣଙ୍କ ନାଁରେ ସହମତି ପାଇଁ ବି ଚାଲିଛି ପ୍ରୟାସ। ଦଳୀୟ ସ୍ଥିତି ଦୃଷ୍ଟିରୁ କଂଗ୍ରେସ ବିଜୟ ସମ୍ଭାବନା ଥିବା ୧୧ଟି ଲୋକସଭା ଆସନକୁ ଦଳ ଫୋକସରେ ରଖିଥିବା ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି. ସାଥୀସାନ୍ କହିଛନ୍ତି। ଯେଉଁ ପ୍ରାର୍ଥୀମାନେ କ୍ରମାଗତ ତିନି ଥର ପରାସ୍ତ ହୋଇଛନ୍ତି ସେମାନଙ୍କୁ ପ୍ରାର୍ଥୀ ନ କରିବା ପାଇଁ ସ୍କ୍ରିନିଂ କମିଟି ଅଧ୍ୟକ୍ଷଙ୍କ ନିକଟରେ ଦାବି ହୋଇଛି। ତେବେ ଦଳ ସଭାପତି ରାହୁଲ ଗାନ୍ଧୀ ନିର୍ଦ୍ଧାରଣ କରିଥିବା ମାନଦଣ୍ଡ ଅନୁସାରେ ପ୍ରାର୍ଥୀ ଚୟନ ହେବ ପୂର୍ବରୁ ସ୍କ୍ରିନିଂ କମିଟି, ପ୍ରଦେଶ ଇଲେକ୍ସନ କମିଟି ସୁପାରିସ ଉପରେ ତର୍ଜମା କରି ପ୍ରାର୍ଥୀ ଚୟନ କରୁଥିଲା। ତେବେ ଏଥର ସ୍କ୍ରିନିଂ କମିଟି ତୃଣମୂଳସ୍ତରର କର୍ମୀ ଓ ନେତାଙ୍କ ମତାମତ ମଧ୍ୟ ଲୋଡ଼ିଛି। ତେଣୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସହଜ ହେବା ଆଶା କରାଯାଉଛି।

ରାଜ୍ୟ କଂଗ୍ରେସରେ ଗୋଷ୍ଠୀ ବିବାଦ ଚରମସୀମାରେ ପହଞ୍ଚିଥିବା ବେଳେ ପ୍ରାର୍ଥୀ ଚୟନରେ ସହମତି ସୃଷ୍ଟି ସହ ପୂରା ପ୍ରକ୍ରିୟାକୁ ନିର୍ବିବାଦୀୟ କରିବା ଲାଗି ଉଦ୍ୟମ ଚାଲିଛି। ତେବେ ଦଳ ଏଥିରେ କେତେ ସଫଳ ହେଉଛି ତାହା ଦେଖିବା କଥା।



from Odisha Reporter http://bit.ly/2TOE9MP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages