
ସୋନପୁର (ରବୀନ୍ଦ୍ର ହୋତା): ଦୁଷ୍କର୍ମ ଅଭିଯୁକ୍ତକୁ ୭ ଦିନ ମଧ୍ୟରେ ଗିରଫ ନକଲେ ଥାନା ଘେରାଉ କରାଯିବ। ଏପରି ଚେତାବନୀ ଦେଇଛି ସୁବର୍ଣ୍ଣପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା।
ଗତକାଲି ମହିଳା ମୋର୍ଚ୍ଚା ପକ୍ଷରୁ ଦୁଷ୍କର୍ମ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ବୀରମହାରାଜପୁର ଥାନା ଘେରାଉ କରାଯାଇଥିଲା। ଉଲୁଣ୍ଡା ବ୍ଲକ୍ରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାର ୪୮ ଘଣ୍ଟା ଅଧିକ ବିତିଯାଇଥିଲେ ବି ପୁଲିସ୍ର ଅବହେଳାରୁ ଅଭିଯୁକ୍ତ ଧରାପଡ଼ି ନଥିବା ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଥିଲା।
ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ମହିଳା ମୋର୍ଚ୍ଚା ଦାବି କରିଛି। ଯଦି ୭ ଦିନ ମଧ୍ୟରେ ଅଭିଯୁକ୍ତକୁ ଧରା ନଯାଏ ପୁଣି ଥରେ ଥାନା ଘେରାଉ କରାଯିବ ବୋଲି ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି।
ଅନ୍ୟପକ୍ଷରେ ଅଭିଯୁକ୍ତକୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଥିବା ବୀରମହାରାଜପୁର ଥାନା ଅଧିକାରୀ କହିଛନ୍ତି।
from Odisha Reporter http://bit.ly/2t1fWHg
No comments:
Post a Comment