କେନ୍ଦ୍ର ବଜେଟ୍‌ରେ ୫ଟି ବଡ଼ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

କେନ୍ଦ୍ର ବଜେଟ୍‌ରେ ୫ଟି ବଡ଼ ଘୋଷଣା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ଆଜି ସଂସଦରେ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଚାଷୀ, ମଧ୍ୟବିତ୍ତ ଓ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଖୁସି କରିବା ପାଇଁ ମୋଦି ସରକାର ଯଥାସମ୍ଭବ ଚେଷ୍ଟା କରିଛନ୍ତି। ବିଶେଷ କରି ଚାଷୀ ଓ ମଧ୍ୟବିତ୍ତଙ୍କ ପାଇଁ ମୋଦି ସରକାର ଘୋଷଣା କରିଥିବା ରିହାତି, ଆସନ୍ତା ନିର୍ବାଚନରେ ଏକ ଗେମ୍ ଚେଞ୍ଜର୍ ହେବ ବୋଲି କୁହାଯାଉଛି।

ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଘୋଷଣା କରିଥିବା ୫ଟି ବଡ଼ ଯୋଜନା ସମ୍ପର୍କରେ ଜାଣନ୍ତୁ।

୧: ଯେଉଁ ବ୍ୟକ୍ତିମାନଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କା ରହିଥିବ, ସେମାନଙ୍କୁ କୌଣସି ପ୍ରକାରର ଟିକସ୍‌ ଦେବାକୁ ପଡ଼ିବ ନାହିଁ। ଏହାଦ୍ୱାରା ୩ କୋଟି ଟିକସ ଦାତା ଲାଭବାନ ହେବେ। ପୂର୍ବରୁ ଆୟକର ଛାଡ଼ ସୀମା ୨.୫ ଲକ୍ଷ ରହିଥିଲା।

ସେହିପରି ବାର୍ଷିକ ମୋଟ ୬.୫ ଲକ୍ଷ ଆୟ କରୁଥିବା ବ୍ୟକ୍ତିମାନେ ଯଦି ବୀମା କିମ୍ବା କୌଣସି ମ୍ୟୁଚୁଆଲ ଫଣ୍ଡ ଇତ୍ୟାଦିରେ କୌଣସି ନିବେଶ କରିଥିବେ, ତା’ହେଲେ ସେମାନଙ୍କୁ ଟିକସ ଛାଡ଼ କରାଯିବ।

୨: ଆସନ୍ତା ୨ ବର୍ଷ ମଧ୍ୟରେ ରିଟର୍ଣ୍ଣ ଫାଇଲ ପାଇଁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ନାହିଁ। ଡିଜିଟାଲ୍‌ ସେବା ମାଧ୍ୟମରେ ରିଟର୍ଣ୍ଣ ଫାଇଲର ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଲାଗୁ ହେବ। ପ୍ରତ୍ୟକ୍ଷ ଟିକସ ପରିମାଣ ୨୦୧୨-୧୪ରେ ୬.୩୮ ଲକ୍ଷ କୋଟି ଥିବା ବେଳେ ଏବେ ଏହା ୧୨ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସମସ୍ତ ଆୟକର ରିଫଣ୍ଡ ପ୍ରକ୍ରିୟା ୨୪ ଘଣ୍ଟା ମଧ୍ୟରେ ଶେଷ ହେବ।

୩: ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନା ଅଧୀନରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଟଙ୍କା କେନ୍ଦ୍ର ସରକାର ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବେ। ୩ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏ ଦିଆଯିବ। ଏଥିରେ ପ୍ରାୟ ୧୨ କୋଟି ଚାଷୀ ଉପକୃତ ହେବେ। ଏହି ଯୋଜନା ଡିସେମ୍ବର ୧ ତାରିଖ ୨୦୧୮ରୁ ପିଛିଲା ଭାବେ ଲାଗୁ ହେବ। ଯେଉଁମାନଙ୍କ ପାଖରେ ୫ ଏକରରୁ କମ ଜମି ଥିବ, ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ।

୪: ଦୁଇ ବର୍ଷରେ ୨ କୋଟି ଇପିଏଫ୍‌ଓ ଆକାଉଣ୍ଟଧାରୀ ଆସିଛନ୍ତି। ଗ୍ରାଚ୍ୟୁଇଟି ପରିମାଣ ୧୦ ଲକ୍ଷରୁ ୩୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ୧୦ରୁ ଅଧିକ କର୍ମଚାରୀ କାମ କରୁଥିବା କମ୍ପାନୀରେ ଜଣେ ବ୍ୟକ୍ତି ୫ ବର୍ଷରୁ ଅଧିକ କାମ କଲେ ଏଭଳି ଗ୍ରାଚ୍ୟୁଇଟି ମିଳିଥାଏ।

୫: ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ପେନସନ ଯୋଜନା ଲାଗୁ କରାଯାଇଛି। ଯେଉଁମାନଙ୍କର ମାସିକ ଆୟ ୧୫ ହଜାର ଟଙ୍କା ବା ତା’ଠାରୁ କମ୍‌ ଥିବ ସେମାନଙ୍କୁ ୬୦ ବର୍ଷ ହେବା ପରେ ୩ ହଜାର ଟଙ୍କା ଲେଖାଏ ମାସିକ ପେନସନ୍‌ ମିଳିବ।



from Odisha Reporter http://bit.ly/2WAA68o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages