ଧ୍ୱଂସ ହୋଇଗଲା ବାୟୁସେନା ବିମାନ, ୨ ପାଇଲଟ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ଧ୍ୱଂସ ହୋଇଗଲା ବାୟୁସେନା ବିମାନ, ୨ ପାଇଲଟ ମୃତ

ବେଙ୍ଗାଲୁରୁ: ଭାରତୀୟ ବାୟୁସେନାର ମିରାଜ-୨୦୦୦ ଯୁଦ୍ଧ ବିମାନ ଆଜି ଦୁର୍ଘଟଣା ପରେ ଧ୍ୱଂସ ହୋଇଯାଇଛି। ଏହି ଦୁର୍ଘଟଣା ଯୋଗୁ ଏଥିରେ ଥିବା ଦୁଇ ଜଣ ବରିଷ୍ଠ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ବେଙ୍ଗାଲୁରୁ ୟେମାଲୁରୁଠାରେ ଥିବା ହାଲ ରନ୍‌ୱେରେ ଆଜି ସକାଳୁ ଏଭଳି ଦୁର୍ଘଟଣା ଘଟିଛି। ପ୍ରାଣ ହରାଇଥିବା ଦୁଇ ପାଇଲଟ ହେଲେ ସ୍କ୍ୱାର୍ଡନ ଲିଡର ସମୀର ଅବରୋଲ ଓ ସିଦ୍ଧାର୍ଥ ନେଗୀ।

ଆଜି ସକାଳ ପ୍ରାୟ ୧୦.୩୦ରେ ବିମାନଟି ରନ୍‌ୱେରୁ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍‌ ଏଥିରେ ନିଆଁ ଲାଗି ଯାଇଥିଲା। ଏହା ମଧ୍ୟରେ ଥିବା ଦୁଇ ପାଇଲଟ୍‌ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇପାରି ନଥିଲା। ଫଳରେ ଦୁଇ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ ନିଆ ଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ।



from Odisha Reporter http://bit.ly/2HIbqYw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages