ପୁଲୱାମା ବିସ୍ଫୋରଣ ପୂର୍ବରୁ ହୋଇଥିଲା ପ୍ରବଳ ଟେକାପଥର ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ପୁଲୱାମା ବିସ୍ଫୋରଣ ପୂର୍ବରୁ ହୋଇଥିଲା ପ୍ରବଳ ଟେକାପଥର ମାଡ଼

ଶ୍ରୀନଗର: ଯଦି ଆପଣ ରାଷ୍ଟ୍ରଭକ୍ତି ଓ କର୍ତ୍ତବ୍ୟନିଷ୍ଠା କ’ଣ ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ସେହି ସିଆରପିଏଫ୍‌ ଯବାନଙ୍କୁ ଦେଖନ୍ତୁ, ଯେଉଁମାନେ ସେମାନଙ୍କ ଆଖି ସାମ୍ନାରେ ତାଙ୍କର ସହଯୋଗୀଙ୍କୁ ସବୁଦିନ ପାଇଁ ହରାଇଛନ୍ତି। ଗୁରୁବାର ସିଆରପିଏଫ୍‌ କନଭୟ ଉପରେ ହୋଇଥିବା ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି କନଭୟରେ ୨୫ଶହରୁ ଅଧିକ ଯବାନ ଥିଲେ।

୪୦ ସହଯୋଗୀଙ୍କୁ ନିଜ ଆଖି ସାମ୍ନାରେ ହରାଇଥିବା ଅନ୍ୟ ଯବାନମାନେ ଆଜି ଗଣମାଧ୍ୟମ ଆଗରେ କିଛି ବିସ୍ଫୋରକ ତଥ୍ୟ ରଖିଛନ୍ତି। ବିସ୍ଫୋରଣ ପୂର୍ବରୁ ଯବାନଙ୍କ କନଭୟ ଉପରେ କଶ୍ମୀରରେ ସକ୍ରିୟ ପାକ୍‌ ସମର୍ଥିତ ପଥର ଫିଙ୍ଗାଳିମାନେ ପ୍ରଥମେ ଆକ୍ରମଣ କରିଥିଲେ। ସେମାନେ କନଭୟ ଉପରେ ଅବିଶ୍ରାନ୍ତ ଭାବେ ପ୍ରବଳ ଟେକାପଥର ମାଡ଼ କରିଥିଲେ ହେଁ ଯବାନମାନେ ଏହାକୁ ଖାତିର ନ କରି ଆଗକୁ ବଢ଼ିଥିଲେ।

ଘଟଣାସ୍ଥଳରେ ସେଦିନ ଥିବା ଜଣେ ଯବାନ କହିଛନ୍ତି, “ଆକ୍ରମଣର ଶିକାର ହୋଇଥିବା ବସ୍‌ର ୩୫ରୁ ୪୦ଟି ଗାଡ଼ି ପଛରେ ଆମେ ଥିଲୁ। ବିସ୍ଫୋରଣ ପୂର୍ବରୁ ହଠାତ୍‌ ଲୋକମାନେ ଦୋକାନର ଶଟର୍ ବନ୍ଦ କରୁଥିବା ବେଳେ ଆଉ କିଛି ଲୋକ ଟେକାପଥର ମାଡ଼ କରିଥିଲେ। ଏହି ଘଟଣାର ୧୦ ମିନିଟ୍‌ ପରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ସମୟରେ ଆମକୁ ଡର ଲାଗି ନଥିଲା ବରଂ ରାଗ ମୁଣ୍ଡକୁ ଚଢ଼ି ଯାଇଥିଲା।”

ସାଥୀ ଯବାନଙ୍କ ମୃତ୍ୟୁରେ ସହଯୋଗୀମାନେ ନିଶ୍ଚିତ ଭାବପ୍ରବଣ ହୋଇଯାଇଥିବେ କିନ୍ତୁ ସେମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କ୍ଷେତ୍ରରେ କେବେ ହେଲେ ପଛକୁ ହଟି ନଥିଲେ।

ଜଣେ ଯବାନ କହିଛନ୍ତି, “ଏବେ ବି ସେହି ଘଟଣା ମନ କିମ୍ବା ହୃଦୟରୁ ଲିଭୁନାହିଁ। ଆମେ ସହିଦ ଯବାନଙ୍କ ସହ ସକାଳେ ଏକାଠି ବାହାରିଥିଲୁ। ଖାଇବା-ପିଇବା ସବୁ ଏକାଠି କରିଥିଲୁ। ସେମାନଙ୍କ ମୁହଁ ଏବେ ବି ଆଖି ସାମ୍ନାରେ ନାଚି ଯାଉଛି।”



from Odisha Reporter http://bit.ly/2IfSlx6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages