ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଘରେ ଟପ୍‌ ଗୁଇନ୍ଦା ମୁଖ୍ୟଙ୍କ ବୈଠକ, ପ୍ରତିଶୋଧ ପାଇଁ ପ୍ରସ୍ତୁତି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଘରେ ଟପ୍‌ ଗୁଇନ୍ଦା ମୁଖ୍ୟଙ୍କ ବୈଠକ, ପ୍ରତିଶୋଧ ପାଇଁ ପ୍ରସ୍ତୁତି!

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସରକାର ଏବେ ଆକ୍ସନ ମୋଡକୁ ଚାଲି ଆସିଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କେମିତି ଯବାନଙ୍କ ବଳିଦାନର ପ୍ରତିଶୋଧ ନିଆଯିବ, ସେଥିପାଇଁ ସରକାରୀ ସ୍ତରରେ କସରତ ଚାଲିଛି।

ଆକ୍ରମଣ ପଛରେ ପାକିସ୍ତାନର ପ୍ରତ୍ୟକ୍ଷ ହାତ ଥିବାରୁ ଭାରତ ସରକାର ଏବେ ଇସ୍‌ଲାମାବାଦ୍‌କୁ ଏକଘରିକିଆ କରିବାକୁ ଗତକାଲିଠାରୁ ପ୍ରୟାସ ଆରମ୍ଭ କରିଛନ୍ତି। ଏଥିସହ କଶ୍ମୀରରେ ରହୁଥିବା ପାକ୍‌ ସମର୍ଥକ ବା ବିଚ୍ଛିନ୍ନତାବାଦୀ ନେତାଙ୍କ ବିରୋଧରେ ମଧ୍ୟ ଆଜି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଙ୍କେତ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହି ବିଚ୍ଛିନ୍ନତାବାଦୀ ନେତାଙ୍କୁ ଦିଆଯାଉଥିବା ସୁରକ୍ଷାକୁ ପ୍ରତ୍ୟାହାର କରାଯିବ।

ଆଗକୁ ସରକାରଙ୍କ ରଣନୀତି କ’ଣ ରହିବ, ସେନେଇ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଦେଶର ପ୍ରମୁଖ ଗୁଇନ୍ଦା ସଂସ୍ଥାର ମୁଖ୍ୟଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଦିଲ୍ଲୀରେ ଥିବା ଶ୍ରୀ ସିଂହଙ୍କ ବାସଭବନରେ ହୋଇଥିବା ଏହି ବୈଠକରେ ବିସ୍ଫୋରଣ ପଛରେ ପାକିସ୍ତାନର ହାତ ରହିଥିବା ପ୍ରମାଣ କରିବାକୁ ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି।

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ ରହିଥିବା ସମ୍ପର୍କରେ ଗୁଇନ୍ଦା ମୁଖ୍ୟମାନେ ଶ୍ରୀ ସିଂହଙ୍କୁ ତଥ୍ୟ ଦେଇଛନ୍ତି। ଏହି ତଥ୍ୟକୁ ନେଇ ଏକ ଦସ୍ତାବିଜ୍‌ ପ୍ରସ୍ତୁତ କରାଯିବ। ଏହାକୁ ଭାରତ ସରକାର ଏଫ୍‌ଏଟିଏଫ୍‌କୁ ଦେବେ। ଏଫ୍‌ଏଟିଏଫ୍‌ ହେଉଛି ଏକ ଆନ୍ତର୍ଜାତିକ ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ସଂସ୍ଥା, ଯିଏ ଆତଙ୍କବାଦୀଙ୍କୁ ଯୋଗାଯାଉଥିବା ପାଣ୍ଠି ଉପରେ ନଜର ରଖି ତା ଉପରେ ରୋକ ଲଗାଇଥାଏ।

ଏହି ଦସ୍ତାବିଜ୍‌ରେ ଏମିତି କିଛି ତଥ୍ୟ ରହିଛି, ଯାହା ପାକିସ୍ତାନ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହନ ଯୋଗାଉଥିବା ପ୍ରମାଣ କରୁଛି। ଏହାଦ୍ୱାରା ଏଫ୍‌ଏଟିଏଫ୍‌ ପାକିସ୍ତାନ ଉପରେ ଚାପ ସୃଷ୍ଟି କରି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।

ଏହି ବୈଠକରେ ‘ର’ ମୁଖ୍ୟ ଅନୀଲ ଦଶମାନା, ଏନ୍‌ଏସ୍‌ଏ ଅଜିତ ଡୋଭାଲ, ଗୃହ ସଚିବ ରାଜୀବ ଗୌବା, ଦେଶ ବିରୋଧରେ ରଚାଯାଉଥିବା ଷଡ଼ଯନ୍ତ୍ର ଉପରେ ନଜର ରଖୁଥିବା ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶକ ରାଜୀବ ଜୈନ ରହିଥିଲେ। ଏମାନଙ୍କ ବ୍ୟତୀତ ବହୁ ବରିଷ୍ଠ ଅଫିସର ମଧ୍ୟ ଏହି ରୁଦ୍ଧଦ୍ୱାର ବୈଠକରେ ସାମିଲ ହୋଇଥିଲେ।

ଗୁରୁବାର ସିଆରପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏଥିରେ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସନଗଠନ ଜୈଶ-ଇ-ମହମ୍ମଦର ହାତ ଥିବା ସ୍ପଷ୍ଟ ହୋଇଛି। ତେବେ ଜଣେ ୨୦ ବର୍ଷର ଆତଙ୍କବାଦୀ ଆଦିଲ ଅହମ୍ମଦ ଦାର୍ ଏକାକୀ କେମିତି ଏତେ ବଡ଼ ବିସ୍ଫୋରଣ ଘଟାଇପାରିଲା, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ। ତାକୁ ଏ କାର୍ଯ୍ୟ ପାଇଁ କେଉଁଠୁ ଏବଂ କାହାର ପ୍ରତ୍ୟକ୍ଷ ବା ପରୋକ୍ଷ ସହଯୋଗ ମିଳିଥିଲା ତାହା ମଧ୍ୟ ତଦନ୍ତ ସାପେକ୍ଷ। ଗୁଇନ୍ଦା ସଂସ୍ଥାଗୁଡ଼ିକ ଏସବୁ ସଂକ୍ରାନ୍ତରେ ତଥ୍ୟ ହାସଲ କରିବା ସହ ଏହାକୁ ପ୍ରସ୍ତୁତ ହେବାକୁ ଥିବା ଦସ୍ତାବିଜ୍‌ରେ ସ୍ଥାନ ଦେବେ। ଆସନ୍ତା ସପ୍ତାହରେ ଏଫ୍‌ଏଟିଏଫ୍‌ର ବୈଠକ ପ୍ୟାରିସ୍‌ରେ ବସିବ। ଏହି ସମୟରେ ଭାରତ ଏ ସଂକ୍ରାନ୍ତ ସମସ୍ତ ପ୍ରମାଣ ଦାଖଲ କରିବ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2IhsogC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages