
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଜଗତସିଂହପୁର ଜିଲ୍ଲା ପୁଲିସ ଏସପି ୨୦୦୮ ବ୍ୟାଚର ଆଇପିଏସ୍ ଆର.ପ୍ରକାଶଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଏସପି ଭାବେ ବଦଳି କରାଯାଇଥିବାବେଳେ ସେହି ପଦରେ ଥିବା ୨୦୦୬ ବ୍ୟାଚ ଆଇପିଏସ ସୁଧା ସିଂହଙ୍କୁ ଜଗତସିଂହପୁର ଜିଲ୍ଲା ଏସପି ଭାବେ ବଦଳି କରାଯାଇଛି।
ଶ୍ରୀମତୀ ସିଂହ ପୂର୍ବରୁ ଜଗତସିଂହପୁର ଜିଲ୍ଲା ଏସପି ଭାବେ ପ୍ରାୟ ଦୁଇ ବର୍ଷ ଧରି କାର୍ଯ୍ୟ କରି ସେ ୨୦୧୬ ଜୁଲାଇରେ ଭିଜିଲାନ୍ସ ଏସପି ଭାବେ ବଦଳି ହୋଇଥିଲେ। ପ୍ରକାଶଙ୍କୁ ୨୦୧୮ ଏପ୍ରିଲ ମାସରେ ଜଗତସିଂହପୁର ଜିଲ୍ଲା ଏସପି ଭାବେ ନିଯୁକ୍ତି ମିଳିଥିଲା।
from Odisha Reporter http://bit.ly/2T1C6ba
No comments:
Post a Comment