
ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲ୍ୱାମାରେ ହୃଦୟଥରା ଆତଙ୍କୀ ହମ୍ଲା ପରେ ଦକ୍ଷିଣ କଶ୍ମୀରରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି। ସେହିପରି ଶ୍ରୀନଗରରେ ଇଣ୍ଟରନେଟ୍ ସ୍ପିଡ୍ ୨ଜିକୁ କମାଇଦିଆଯାଇଛି। ହମ୍ଲାକାରୀ ଆଦିଲ ପୁଲୱାମା ଜିଲ୍ଲାର ଲୋକ। ତେଣୁ ତା’ ସପକ୍ଷରେ ଗୁଜବ ପ୍ରଚାରର ହେବାର ସମ୍ଭାବନା ରହିଛି।
ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ପୂର୍ବରୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ କିମ୍ବା ଏନ୍କାଉଣ୍ଟର ବେଳେ ଅନେକ ସାଧାରଣ ଲୋକ ରାସ୍ତା ଉପରକୁ ଆସି ସୁରକ୍ଷାକର୍ମୀଙ୍କୁ ବିରୋଧ କରନ୍ତି। ସୋଶାଲ୍ ମିଡିଆରେ ଅପ୍ରଚାର କରାଯାଇ ଏଭଳି ଲୋକମାନଙ୍କୁ ଏକତ୍ରିତ କରାଯାଏ। ଏଥର ଏହି ସମସ୍ୟାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଇଣ୍ଟନେଟ୍ ସେବା ଉପରେ ରୋକ ଲଗାଯାଇଥିବା କୁହାଯାଇଛି। ଜମ୍ମୁ-କଶ୍ମୀର ପୁଲିସ୍ ମଧ୍ୟ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଆଜି ଅପରାହ୍ଣରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିରିଆପିଏଫ୍ ଯବାନ ସହିଦ ହୋଇଥିଲେ। ଏହା କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ସବୁଠାରୁ ବଡ଼ ଓ ଭୟଙ୍କର ଆକ୍ରମଣ।
from Odisha Reporter http://bit.ly/2BvP46X
No comments:
Post a Comment