
କଟକ (ଓଡ଼ିଶା ରିପୋର୍ଟର): ଏଣିକି ରାତ୍ର ଆଶ୍ରୟସ୍ଥଳରେ ରହିବାକୁ ହେଲେ ଟଙ୍କା ଦେବାକୁ ପଡ଼ିବନି। କୌଣସି ନିରାଶ୍ରୟ ଲୋକ ଆଶ୍ରୟ ସ୍ଥଳରେ ମାଗଣାରେ ରହିପାରିବେ। ଆଶ୍ରୟ ସ୍ଥଳରେ ରହିବା ପାଇଁ ପରିଚୟପତ୍ର ମଧ୍ୟ ବାଧ୍ୟତାମୂଳକ ନୁହେଁ। ବିନା ପରିଚୟପତ୍ରରେ ମଧ୍ୟ କେହି ନିରାଶ୍ରୟ ଆଶ୍ରୟସ୍ଥଳରେ ରହିପାରିବେ।
ରାଜ୍ୟ ମାନବାଧିକାର କମିଶନଙ୍କୁ ଏନେଇ ଜଣାଇଛନ୍ତି ସିଏମ୍ସି ଡେପୁଟୀ କମିଶନ। ରାଜ୍ୟ ସହରାଞ୍ଚଳ ଉନ୍ନୟନ ପରିଷଦ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ହୋଇଥିବା କମିଶନ ଜଣାଇଛନ୍ତି। ଏନେଇ ତୁରନ୍ତ ବ୍ୟବସ୍ଥା କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ କମିଶନ।
from Odisha Reporter http://bit.ly/2SP61TH
No comments:
Post a Comment