ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତବର୍ଷ ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ଲାଗିବ ସିସିଟିଭି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ ସମସ୍ତ ମୂଲ୍ୟାୟନ ଜୋନ୍‌ର ସୁପରଭାଇଜରଙ୍କୁ ଚିଠି ଲେଖିଛନ୍ତି। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ କେନ୍ଦ୍ରରେ ସିସିଟିଭି ଲାଗିବ।

ଏହାସହ ଷ୍ଟ୍ରଙ୍ଗ ରୁମ୍‌କୁ ମଧ୍ୟ ସିସିଟିଭି ନିରୀକ୍ଷଣରେ ରଖାଯିବ। ମୂଲ୍ୟାୟନ ସମୟରେ ତ୍ରୁଟିକୁ ଏଡ଼ାଇବା ଏବଂ ମୂଲ୍ୟାୟନକାରୀଙ୍କ ଉପରେ ନଜର ରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ପରିଷଦ ପକ୍ଷରୁ କୁହାଯାଇଛି।

ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ଲାଗିବା ପାଇଁ ନିଷ୍ପତ୍ତି ହୋଇଥିଲା।

ଆସନ୍ତା ମାର୍ଚ୍ଚ ୭ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ।



from Odisha Reporter http://bit.ly/2SD1kxb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages