
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କୋରେଗାଓଁ ଏଲଗାର ପରିଷଦ ମାମଲାରେ ପୁଲିସ୍ ଆଜି ବରିଷ୍ଠ ସାମାଜିକ କର୍ମୀ ଆନନ୍ଦ ତେଲତୁମ୍ବଡେଙ୍କୁ ଗିରଫ କରିଛି। ସେ କୋଚିରୁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା କ୍ଷଣି ତାଙ୍କୁ ପୁଲିସ୍ ଉଠାଇ ନେଇଥିଲା।
ଭୀମା କୋରେଗାଓଁ ହିଂସା ଘଟଣାର ସହ ଏଲଗାର ପରିଷଦ ସଂପୃକ୍ତ ରହିଥିଲା। ଏହି ପରିଷଦ ସହ ଆନନ୍ଦ ସମ୍ପର୍କ ରଖିଥିବା ପୁଲିସ୍ ଜାଣିବାକୁ ପାଇଛି।
ସିପିଆଇ(ମାଓବାଦୀ)ଙ୍କ ସହ ମଧ୍ୟ ଆନନ୍ଦ ସମ୍ପର୍କ ରଖିଥିବା ପୁଲିସ୍ ଜାଣିବାକୁ ପାଇଛି।
ଆନନ୍ଦ ମାଓବାଦୀଙ୍କ ସହ ମିଶି ୨୦୧୭ ମସିହା ଡିସେମ୍ବର ୩୧ରେ ପୁଣେଠାରେ ଏଲଗାର ପରିଷଦ ବୈଠକର ଆୟୋଜନ କରିଥିବା ଅଭିଯୋଗ ହୋଇଥିଲା। ସମାଜରେ ଅଶାନ୍ତି ଓ ହିଂସା ସୃଷ୍ଟି କରିବା ଏହି ପରିଷଦର ଲକ୍ଷ୍ୟ ରହିଥିଲା।
ଏଥିରେ ଦିଆଯାଇଥିବା ଉତ୍ତେଜନାମୂଳକ ଭାଷଣ ୨୦୧୮ ଜାନୁଆରୀ ୧ ତାରିଖରେ ହୋଇଥିବା ଭୀମା କୋରେଗାଓଁ ହିଂସା ସୃଷ୍ଟିର ମୂଳକାରଣ ରହିଥିଲା।
ଆନନ୍ଦଙ୍କୁ ପୁଲିସ୍ ଗିରଫ କରିବାକୁ ଚାହୁଁଥିଲେ ହେଁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟ ଶୁକ୍ରବାର ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଥିଲେ। ଏହି ରାୟ ପରେ ପୁଲିସ୍ ଆଜି ତାଙ୍କୁ ଗିରଫ କରିଛି।
from Odisha Reporter http://bit.ly/2MJEMVf
No comments:
Post a Comment