
ପ୍ରୟାଗରାଜ: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସ୍ଏସ୍) ମୁଖ୍ୟ ମୋହନ ଭାଗବତ ରାଜନେତାଙ୍କ ଭଳି ବୟାନ ଦେବାରୁ ତାଙ୍କୁ ସାଧୁସନ୍ଥମାନେ ସଭାସ୍ଥଳରେ ହିଁ ବିରୋଧ କରିଛନ୍ତି। ସେ ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଭଳି ସାଧୁସନ୍ଥଙ୍କୁ ଧୈର୍ଯ୍ୟ ରଖିବାକୁ କହିଥିଲେ।
ପ୍ରୟାଗରାଜ କୁମ୍ଭମେଳାରେ ସାଧୁସନ୍ଥମାନେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଉଥିବା ବେଳେ ଶ୍ରୀ ଭାଗବତଙ୍କ ଏଭଳି ଉଦ୍ବୋଧନ ସେମାନଙ୍କୁ ବ୍ୟଥିତ କରିଥିଲା। ଫଳରେ ସେମାନେ ଭାଗବତଙ୍କୁ ବିରୋଧ କରିଥିଲେ।
ଭିଏଚ୍ପି ପକ୍ଷରୁ ପ୍ରୟାଗରାଜରେ ଅନୁଷ୍ଠିତ ଧର୍ମ ସଂସଦରେ ଉଦ୍ବୋଧନ ଦେଇ ଶ୍ରୀ ଭାଗବତ କହିଥିଲେ,“ ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଚୂଡ଼ାନ୍ତ ପର୍ଯ୍ୟାୟାରେ ପହଞ୍ଚିଛି। ଆମେ ସକାରାତ୍ମକ ଭାବେ ସବୁ କିଛି ଚିନ୍ତା କରିବା ଦରକାର। ଏଥସହ ଆମ ଧୈର୍ଯ୍ୟ ରଖିବାକୁ ପଡ଼ିବ। ଅଧୈର୍ଯ୍ୟ ହୋଇ ଦେଶ ରାମ ମନ୍ଦିର ପ୍ରସଙ୍ଗକୁ ହରାଇ ଦେବା ଠିକ୍ ନୁହେଁ।”
ତେବେ ଭାଗବତ ରାମ ମନ୍ଦିର ନିର୍ମାଣର ତାରିଖ ଘୋଷଣା ନ କରିବାରୁ ସଭାସ୍ଥଳରେ ଥିବା ଜୌନପୁର, ଅଯୋଧ୍ୟା ଓ ପାଟଣାର କିଛି ସାଧୁସନ୍ଥ ତାଙ୍କୁ ବିରୋଧ କରିଥିଲେ। ସେମାନେ ଭାଗବତଙ୍କ ବିରୋଧରେ ନାରାବାଜି କରିବା ସହ ଷ୍ଟେଜ ପାଖକୁ ମାଡ଼ି ଯାଇଥିଲେ। କିନ୍ତୁ ଭିଏଚ୍ପି କର୍ମୀମାନେ ସେମାନଙ୍କୁ ଅଟକାଇ ଦେଇଥିଲେ।
ଜୌନପୁରର ସଚ୍ଚିନନ୍ଦ ପ୍ରଭାକର କହିଛନ୍ତି, “ଆମେ ରାମ ମନ୍ଦିର ପାଇଁ ବହୁତ ବର୍ଷ ହେଲାଣି ଅପେକ୍ଷା କରିସାରିଛୁ। ଭିଏଚ୍ପି ଓ ଆରଏସ୍ଏସ୍ ଆମ ସହ ଧୋକା କରୁଛନ୍ତି। ଯଦି କେନ୍ଦ୍ରରେ ସଂଖ୍ୟା ଗରିଷ୍ଠତା ପାଇଥିବା ସରକାର ଅନ୍ୟ ବିଲ୍କୁ ପାସ୍ କରାଇ ପାରୁଛି, ତା’ହେଲେ ସେମାନେ କାହିଁକି ରାମ ମନ୍ଦିର ପାଇଁ କିଛି କରୁନାହାନ୍ତି?”
from Odisha Reporter http://bit.ly/2DQPHJP
No comments:
Post a Comment