ରେଳ ବିଭାଗ ପାଇଁ ହାତ ଖୋଲି ଦେଲେ ମୋଦି ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ରେଳ ବିଭାଗ ପାଇଁ ହାତ ଖୋଲି ଦେଲେ ମୋଦି ସରକାର

ନୂଆଦିଲ୍ଲୀ: ରେଳ ବିଭାଗ ପାଇଁ ଅନ୍ତରୀଣ ବଜେଟ୍‌ରେ ହାତ ଖୋଲି ଅର୍ଥ ବର୍ଷା କରିଛନ୍ତି ମୋଦି ସରକାର। ଆଜିର ଅନ୍ତରୀଣ ବଜେଟ୍‌ରେ ରେଳ ବଜେଟ୍‌ର ପରିମାଣ ୧.୫୮ ଲକ୍ଷ କୋଟି ରହିଛି। ଆଜି ଯାଏ କୌଣସି ସରକାର ରେଳ ବିଭାଗ ପାଇଁ ଏତେ ପରିମାଣର ବ୍ୟୟ ବରାଦ କରି ନଥିଲେ। ଚଳିତ ବର୍ଷ ରେଳଭଡ଼ା କୌଣସି ପ୍ରକାରର ବୃଦ୍ଧି କରାଯାଇନାହିଁ।

ସେହିପରି ନୂଆ ଟ୍ରେନ୍‌ କିମ୍ବା ରେଳ ଲାଇନ୍‌ ସମ୍ପର୍କରେ ଅର୍ଥମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ କୌଣସି ସୂଚନା ଦେଇନାହାନ୍ତି। ୨୦୧୪ ତୁଳନାରେ ଏଭଳି ରେଳ ବଜେଟ୍‌ ୧୪୮% ଅଧିକ।

ଆଜି ରେଳ ବିଭାଗ ପାଇଁ ବ୍ୟୟବରାଦ କରି ଅର୍ଥ ତଥା ରେଳ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି,“୨୦୧୮-୧୯ ଭାରତୀୟ ରେଳ ପାଇଁ ସୁରକ୍ଷିତ ରହିଛି। ଦେଶରେ ଥିବା ସମସ୍ତ ମାନବ ବିହୀନ ରେଳ ଫାଟକକୁ ଉଠାଇ ନିଆଯାଇଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ସର୍ବାଧିକ ୧.୫୮ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଉଦ୍‌ଘାଟନ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ରେ ଲୋକମାନେ ବିଶ୍ୱସ୍ତରୀୟ ସେବାର ଲାଭ ଉଠାଇ ପାରିବେ।

ମେକ୍‌ ଇନ୍‌ ଇଣ୍ଡିଆ ଜରିଆରେ ସ୍ୱଦେଶୀ ଇଞ୍ଜନିୟରମାନେ ଏଭଳି ଏକ ଟ୍ରେନ୍‌ ନିର୍ମାଣ କରିଛନ୍ତି। ଚଳିତ ବର୍ଷ ଅପରେଟିଂ ରେସିଓ ୯୬.୨%କୁ ବୃଦ୍ଧି ପାଇଛି। ଆସନ୍ତା ବର୍ଷରେ ଏହାକୁ ୯୫% ରହିବ ବୋଲି ଲକ୍ଷ୍ୟ ରଖାଯାଇଛି।”



from Odisha Reporter http://bit.ly/2RwnMCk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages