୨୦୧୯-୨୦ ଅନ୍ତରୀଣ ବଜେଟ୍‌ର ମୁଖ୍ୟାଂଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

୨୦୧୯-୨୦ ଅନ୍ତରୀଣ ବଜେଟ୍‌ର ମୁଖ୍ୟାଂଶ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ ହୋଇସାରିଛି। ଏହି କାମଚଳା ବଜେଟ୍‌ରେ ସାଧାରଣ ବର୍ଗର ଲୋକଙ୍କୁ ଖୁସି କଲା ଭଳି ଏହି ବଜେଟ୍‌ରେ ମାତ୍ରାଧିକ ପ୍ରୟାସ କରାଯାଇଛି। ଏଠାରେ ପଢ଼ନ୍ତୁ ଏହାର କିଛି ହାଇଲାଇଟ୍‌ସ:

  • – ୨ ହେକ୍ଟର ବା ତା’ଠାରୁ କମ୍‌ ଜମି ଥିବା ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ନିଧି ଯୋଜନାରେ ବର୍ଷକୁ ମିଳିବ ୬ ହଜାର ଟଙ୍କା।
  • – ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କୁ ୬୦ ବର୍ଷ ପରେ ମିଳିବ ୩୦୦୦ ଟଙ୍କା ମାସିକ ପେନ୍‌ସନ। (ପ୍ରଧାନମନ୍ତ୍ରୀ ଶ୍ରମ-ଯୋଗୀ ମନଧନ ଯୋଜନା)
  • – ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ଲାଗୁହେବ ନାହିଁ ବ୍ୟକ୍ତିଗତ ଆୟକର। ଏହା ପୂର୍ବରୁ ଏହାର ସୀମା ୨.୫ ଲକ୍ଷ ଟଙ୍କା ଥିଲା।
  • – ମାହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ଖର୍ଚ୍ଚ ହେବ ୬୦ ହଜାର କୋଟି
  • – ଗ୍ରାମାଞ୍ଚଳରେ ସଡ଼କ ନିର୍ମାଣ ପ୍ରକ୍ରିୟାକୁ ବୃଦ୍ଧି କରିବା ପାଇଁ ଖର୍ଚ୍ଚ ହେବ ୧୯ ହଜାର କୋଟି ଟଙ୍କା
  • – ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ସବୁ ଘରେ ଜଳିବ ବିଜୁଳି ଆଲୁଅ
  • – ଦେଶରେ ୨୨ତମ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ(ଏମ୍ସ) ହରିୟାଣାରେ ପ୍ରତିଷ୍ଠା ହେବ
  • – ଗୋ- ସମ୍ପଦ ସୁରକ୍ଷା ତଥା ଏହାର ବିକାଶ ପାଇଁ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ କାମଧେନୁ ଆୟୋଗ
  • – ୫ ବର୍ଷରେ ସରକାର ଗଠନ କରିବେ ୧ ଲକ୍ଷ ଡିଜିଟାଲ ଗ୍ରାମ
  • – ରେଳ ଭିତ୍ତିଭୂମି ଆଦି ପାଇଁ ଖର୍ଚ୍ଚ ହେବ ୧.୬ ଲକ୍ଷ କୋଟି ଟଙ୍କା


from Odisha Reporter http://bit.ly/2WC7kEm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages