ମୁଲାୟମଙ୍କ ମତରେ ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ମୁଲାୟମଙ୍କ ମତରେ ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ବାପା ମୁଲାୟମ ସିଂହ ଯାଦବ ଆଜି ଲୋକସଭାରେ ବଡ଼ ବୟାନ ଦେଇଛନ୍ତି। ଅଖିଲେଶ ସର୍ବଦା ବିଜେପି ଓ ମୋଦି ସରକାରଙ୍କୁ ହଟାଇବାକୁ ଉଦ୍ୟମ କରୁଥିବା ବେଳେ ମୁଲାୟମ କିନ୍ତୁ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହୋଇ ଆସନ୍ତୁ ବୋଲି ଲୋକସଭାରେ ମତ ଦେଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆଜି ୧୬ତମ ଲୋକସଭାରେ ମୁଲାୟମ ଶେଷଥର ପାଇଁ ଉଦ୍‌ବୋଧନ ଦେଇଥିଲେ। ଏହି ସମୟରେ ସେ କହିଥିଲେ “ମୁଁ ଆଶା କରୁଛି ପ୍ରଧାନମନ୍ତ୍ରୀଜୀ ପୁଣିଥିରେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ।”

ଏହି ସମୟରେ ଗୃହରେ ଉପସ୍ଥିତ ଥିବା ଶ୍ରୀ ମୋଦି ହାତ ଯୋଡ଼ି ମୁଲାୟମ ସିଂହଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଏନ୍‌ଡିଏ ସାଂସଦମାନେ ଟେବୁଲ ବାଡ଼େଇ ଏହି ବୟାନକୁ ସମର୍ଥନ କରିଥିଲେ।

ଏହାପୂର୍ବରୁ ମୁଲାୟମ ସିଂହ ଯାଦବ ମୋଦି ଓ ଏନ୍‌ଡିଏର ସମସ୍ତ ସାଂସଦଙ୍କ ଉତ୍ତରୋତ୍ତର କାମନା କରିଥିଲେ। ଏଥିସହ ସମସ୍ତ ସାଂସଦ ପୁଣିଥରେ ଲୋକସଭାକୁ ନିର୍ବାଚିତ ହୋଇ ଆସନ୍ତୁ ବୋଲି ମଧ୍ୟ ଶୁଭେଚ୍ଛା ଜଣାଇଥିଲେ।

ଶ୍ରୀ ଯାଦବ କହିଥିଲେ “ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗେଇ ଯିବାକୁ ଚେଷ୍ଟା କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ମୁଁ କହିବାକୁ ଚାହୁଁଛି ଯେ ସବୁ ସଦସ୍ୟ ପୁଣିଥରେ ଜିତି ଏଠାକୁ ଆସନ୍ତୁ ଏବଂ ପ୍ରଧାନମନ୍ତ୍ରୀ ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ମୁଁ ଯେତେବେଳେ ତାଙ୍କ ପାଖକୁ କୌଣସି କାମ ପ୍ରସଙ୍ଗରେ ଯାଏ, ସେ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଅନ୍ତି।”

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍‌ ମୁଖ୍ୟ ଏଚ୍‌ଡି ଦେବଗୌଡ଼ା ମଧ୍ୟ ଆଜି ଲୋକସଭାରେ ମୋଦିଙ୍କ ପ୍ରଶଂସା କରିଛନ୍ତି।



from Odisha Reporter http://bit.ly/2N30Av0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages