ଶୋଢ଼ି ଚତୁର ହେଲେ ଧୋନି ତାଙ୍କଠାରୁ ଆହୁରି ଚତୁର, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଶୋଢ଼ି ଚତୁର ହେଲେ ଧୋନି ତାଙ୍କଠାରୁ ଆହୁରି ଚତୁର, ଦେଖନ୍ତୁ ଭିଡିଓ

ଅକଲ୍ୟାଣ୍ଡ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଶ୍ୱର ସବୁଠାରୁ ଚତୁର କ୍ରିକେଟର ବୋଲି ସମସ୍ତେ ଜାଣନ୍ତି। ତାଙ୍କ ପାଖରେ ଥିବା ଉପସ୍ଥିତ ବୁଦ୍ଧି ଯୋଗୁ ସେ ବାରମ୍ବାର ପ୍ରତିପକ୍ଷ ଖେଳାଳିଙ୍କୁ ମାତ ଦେବାର ନଜିର ରହିଛି।

ତେବେ ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଧୋନି ନିଜ ଚତୁରତାର ଆଉ ଏକ ପରିଚୟ ଦେଇଛନ୍ତି। ଧୋନି ନିଜର ଚତୁରତା ବଳରେ ଏକ ନିଶ୍ଚିତ ଷ୍ଟମ୍ପିଂରୁ ରକ୍ଷା ପାଇ ଯାଇଥିଲେ। ମ୍ୟାଚ୍‌ର ୧୬ତମ ଓଭର୍‌ରେ ଧୋନି ୭ ରନ୍‌ କରି ବ୍ୟାଟିଂ କରୁଥିଲେ। ଏହି ସମୟରେ ସେ ଈଶ ଶୋଢ଼ିଙ୍କ ଏକ ବଲ୍‌କୁ ଆଗକୁ ଆସି ମାରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଚତୁର ଶୋଢ଼ି ଏକ ଫ୍ଲାଟ୍‌ ଏବଂ ୱାଇଡ୍‌ ବଲ୍‌ ପକାଇଥିଲେ। ଯାହା ଧୋନିଙ୍କୁ ଅଡ଼ୁଆରେ ପକାଇ ଥାଆନ୍ତା।

ବଲ୍‌ଟି ତାଙ୍କ ବ୍ୟାଟ୍‌ର ବହୁ ବାହାରେ ଥିବା ଧୋନି ଜାଣିପାରିବା ସହ ତୁରନ୍ତ ଅତ୍ୟନ୍ତ ଚତୁରତାର ସହ କ୍ରିଜ୍‌କୁ ଆସି ଗୋଟିଏ ହାତରେ ବଲ୍‌ଟିକୁ ଅଫ୍‌ ସାଇଡ୍‌ ଅଞ୍ଚଳକୁ ଖେଳି ଦେଇଥିଲେ। ଗୋଟିଏ ହାତରେ ଶଟ୍‌ ମାରିଥିବା ଧୋନି ଏହି ବଲ୍‌ରେ ଗୋଟିଏ ରନ୍‌ ନେବାକୁ ସକ୍ଷମ ହୋଇଥିଲେ। ଏବେ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2I2J8Ig

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages