ଚିଠି ନାହିଁ କି ସନ୍ଦେଶ ନାହିଁ, ଏବେ ବି ଗୁଞ୍ଜରି ଉଠୁଛି ‘ଆୱାଜ୍‌ ରୁହାନୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଚିଠି ନାହିଁ କି ସନ୍ଦେଶ ନାହିଁ, ଏବେ ବି ଗୁଞ୍ଜରି ଉଠୁଛି ‘ଆୱାଜ୍‌ ରୁହାନୀ’

ମୁମ୍ବାଇ: ପିଲାବେଳର ସକାଳ, ଟିଭିରେ ବୋଲୋ ରାମ୍‌ ଆଯା ରାମ୍‌ ଗୀତର ନିରୀହ ଆଧ୍ୟାତ୍ମିକତା ହେଉ କି ଝୁକି ଝୁକି ସି ନଜର୍‌ର ପ୍ରେମ ହେଉ ଅଥବା କାଗଜ୍‌ କୀ କସ୍ତିର ପିଲାଳିଆମୀ। ସବୁ ପିଢ଼ିର ସବୁ ସମୟର ଚିହ୍ନା ଏକ ସ୍ୱର ଗଜଲ୍‌ ସମ୍ରାଟ୍‌ ଜଗଜିତ ସିଂହଙ୍କର ଆଜି ଜନ୍ମ ତିଥି। ସେ ସିନା ଆଜି ନାହାନ୍ତି, କିନ୍ତୁ ତାଙ୍କ ସ୍ୱରରେ ଆଜି କୋଟି କୋଟି ଶବ୍ଦ ଆମ ଗହଣରେ ବଞ୍ଚି ରହିଛନ୍ତି।

ଜଗଜିତ୍‌ ବଞ୍ଚିଥିଲେ ଆଜି ୭୮ତମ ଜନ୍ମଦିନ ପାଲିଥାନ୍ତେ। ଆଜିର ଦିନରେ ୧୯୪୧ ମସିହାରେ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ସେ ଜନ୍ମ ନେଇଥିଲେ। ତାଙ୍କ ଗଜଲ୍‌ର ପ୍ରଶଂସକଙ୍କ ମଧ୍ୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ମଧ୍ୟ ଥିଲେ।

ତାଙ୍କ ଗୀତ ମଧ୍ୟରେ ‘ଚାହେ ଛୀନ୍‌ ଲୋ ମୁଝ୍‌ସେ ମେରୀ ଯୱାନୀ, ମଗର ମୁଝ୍‌କୋ ଲୌଟାଦୋ ଓଃ ବଚପନ୍‌ କା ସାୱନ୍‌, ୱଃ କାଗଜ୍‌ କୀ କସ୍ତି, ଓଃ ବାରିଷ୍ କା ପାନୀ’ ହେଉ ଅବା ‘ଚିଠି ନା କୋଇ ସନ୍ଦେଶ, ଜାନେ ଓଃ କୌନ୍‌ ସା ଦେଶ୍‌, ଯହାଁ ତୁମ୍‌ ଚଲେ ଗୟେ’, ଏପରି ଶହ ଶହ ଗୀତ ସଦା ସ୍ମରଣୀୟ ହୋଇ ରହିବ। ୧୯୬୫ରେ ସେ ମୁମ୍ବାଇ ଚାଲିଆସିଥିଲେ ଏବଂ ୧୯୬୭ରେ ହିଁ ପ୍ରସିଦ୍ଧ ଗାୟିକା ଚିତ୍ରାଙ୍କ ସହିତ ଭେଟ ହୋଇଥିଲା ଏବଂ ୧୯୬୯ରେ ତାଙ୍କର ବାହାଘର ହୋଇଯାଇଥିଲା।

୧୯୯୦ରେ ଏହି ଦମ୍ପତ୍ତି ଏକ କାର୍‌ ଦୁର୍ଘଟଣାରେ ପୁଅ ବିବେକଙ୍କୁ ହରାଇଥିଲେ। ଏହା ପରେ ଚିତ୍ରା ଗୀତଠାରୁ ଦୂରେଇ ଯାଇଥିଲେ। କୁହାଯାଏ ଏହି ଅପୂରଣୀୟ କ୍ଷତି ଜଗଜିତଙ୍କ କଣ୍ଠକୁ ଆହୁରି ଦରଦୀ କରିଦେଇଥିଲା।

ଗଜଲଙ୍କୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାର ଶ୍ରେୟ ଜଗଜିତଙ୍କୁ ହିଁ ଯାଏ। ସେ ବେଶ୍‌ କିଛି ଫିଲ୍ମର ପ୍ରଚ୍ଛଦପଟ ସଂଗୀତରେ ସ୍ୱର ଦେଇଥିବାବେଳେ ତାଙ୍କର କିଛି ଅଣଫିଲ୍ମ ଆଲବମ୍‌ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଆସିଛି। ଲତା ମଙ୍ଗେସକରଙ୍କ ସହିତ ସଜ୍‌ଦା ବେଶ୍‌ ଲୋକପ୍ରିୟ ହୋଇଥିଲା।

ସ୍ୱରରେ ସମଗ୍ର ଜଗତକୁ ଜିତିପାରିଥିବା ଜଗଜିତ୍‌ ୨୦୧୧ ମସିହା ୧୦ ତାରିଖରେ ଇହଧାମ ତ୍ୟାଗ କରିଥିଲେ।



from Odisha Reporter http://bit.ly/2TEcIFd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages