ବାହରିନ୍ ଜୁନିୟର ଓ କ୍ୟାଡେଟ୍ ଟିଟିରେ ଭାରତକୁ ୪ ପଦକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ବାହରିନ୍ ଜୁନିୟର ଓ କ୍ୟାଡେଟ୍ ଟିଟିରେ ଭାରତକୁ ୪ ପଦକ

ନୂଆଦିଲ୍ଲୀ: ଭାରତୀୟ ଯୁବ ଟେବୁଲ ଟେନିସ୍ ଖେଳାଳି ମନାମାରେ ବାହରିନ୍ ଜୁନିୟର ଓ କ୍ୟାଡେଟ୍ ଓପନ୍‌ରେ ନିଜର ଦବଦବା ପ୍ରଦର୍ଶନ କରିଛନ୍ତି।  ଭାରତୀୟ ଖେଳାଳିମାନେ ଗୋଟିଏ ସ୍ୱର୍ଣ୍ଣ ସହ ୪ଟି ପଦକ ଜିତିଛନ୍ତି। ଭାରତ ଗୋଟିଏ ସ୍ୱର୍ଣ୍ଣ ବ୍ୟତୀତ ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ କବଜା କରିଛି ।

ଭାରତୀୟ କ୍ୟାଡେଟ୍ ବାଳିକା ଟିମ୍ ଉକ୍ତ ଇଭେଣ୍ଟରେ ତିନୋଟି ଟିମ୍‌କୁ ଖେଳାଇଥିଲା। ଏହି ଖେଳାଳିମାନେ ସମସ୍ତ ତିନୋଟି ଯାକ ପଦକ ନିଜ ନାମରେ କରିଛନ୍ତି।

ଭାରତ-ଏ’ ସ୍ୱର୍ଣ୍ଣ, ଭାରତ-ବି’ ରୌପ୍ୟ ଏବଂ ଭାରତ-ସି’ ବ୍ରୋଞ୍ଜ ପଦକ ହାସଲ କରିଛି। ଯଶସ୍ୱିନୀ ଘୋରପଡେ ଏବଂ କାବ୍ୟା ଶ୍ରୀ ଭାସ୍କରଙ୍କୁ ନେଇ ଗଠିତ ଭାରତ-ବି’ ଟିମ୍ ପ୍ରଥମ ସେମିଫାଇନାଲ୍‌ରେ ଇଜିପ୍ଟକୁ ହରାଇଥିବା ବେଳେ ଇଣ୍ଡିଆ-ଏ’ ଟିମ୍ ଅନ୍ୟ ଏକ ସେମିରେ ଇଣ୍ଡିଆ-ସି’କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା।

ଫାଇନାଲ୍‌ରେ ଇଣ୍ଡିଆ-ଏ’ର ସୁହାନା ସାଇନି ଓ ଅନାର୍ଗ୍ୟା ମଞ୍ଜୁନାଥ ୩-୨ରେ ଇଣ୍ଡିଆ-ବି’ର ଯଶସ୍ୱିନୀ ଓ କାବ୍ୟାଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଦଖଲ କରିଥିଲେ। ରାଉଣ୍ଡ ରବିନ୍ ଫର୍ମାଟରେ ଖେଳାଯାଉଥିବା ଜୁନିୟର ବାଳିକା ଇଭେଣ୍ଟରେ ଭାରତର ମନୁଶ୍ରୀ ପାଟିଲ ଓ ସ୍ୱସ୍ତିକା ଘୋଷ ପ୍ରଥମ ତିନୋଟି ମ୍ୟାଚ୍ ଜିତି ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ। କିନ୍ତୁ ଫାଇନାଲ୍‌ରେ ଏହି ଯୋଡ଼ି ରୁଷିଆ ନିକଟରୁ ୦-୩ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ ।



from Odisha Reporter http://bit.ly/2MXZbWv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages