ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ ଫେରାଦ ହେବାକୁ ଜିଲ୍ଲାପାଳଙ୍କ ଅଫିସ୍‌କୁ ଚାଲି ଚାଲି ଆସିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ ଫେରାଦ ହେବାକୁ ଜିଲ୍ଲାପାଳଙ୍କ ଅଫିସ୍‌କୁ ଚାଲି ଚାଲି ଆସିଲେ

cv

ବାରିପଦା (ମାଣିକ ଲାଲ ପାଣି): ‘ହଷ୍ଟେଲ୍‌ରେ ଠିକ୍‌ରେ ଖାଇବାକୁ ଦିଆଯାଉ ନାହିଁ। ସ୍କୁଲ୍ ଓ ହଷ୍ଟେଲ୍‌ର ବିଭିନ୍ନ କାର୍ଯ୍ୟରେ ବି ସେମାନଙ୍କୁ ନିୟୋଜିତ କରାଯାଉଛି। ଆଉ ଏ ସଂପର୍କରେ ଅଭିଯୋଗ କଲେ ପ୍ରଧାନଶିକ୍ଷୟିତ୍ରୀ ମାଡ଼ ମାରୁଛନ୍ତି।’

ଏହିଭଳି ଅଭିଯୋଗ ଆଣି ଆଜି ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ୍ କେନ୍ଦୁଆ ନୋଡାଲ୍‌ ହାଇସ୍କୁଲ୍‌ର ଆଦିବାସୀ ଛାତ୍ରାବାସର ୧୭ ଜଣ ପିଲା ଜିଲ୍ଲାପାଳଙ୍କଠାରେ ଫେରାଦ ହେବାକୁ ବାରିପଦା ଆସିଥିଲେ। ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ପଢୁଥିବା ଏହି ପିଲାମାନେ ୧୫ କିଲୋମିଟର ବାଟ ଚାଲି ଚାଲି ଆସି ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିଥିଲେ। ସ୍ଥାନୀୟ ପଞ୍ଚାୟତ ସମିତି ସଭ୍ୟ ମଲ୍ଲୀରାଣୀ ମାଝୀ ଏହି ପିଲାମାନଙ୍କୁ ନେଇ ଆସିଥିଲେ।

ଏ ଖବର ପାଇ ପ୍ରଧାନଶିକ୍ଷୟିତ୍ରୀ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନଶିକ୍ଷୟିତ୍ରୀ ଓ ପଞ୍ଚାୟତ ସମିତି ସଭ୍ୟଙ୍କ ମଧ୍ୟରେ ପ୍ରବଳ ବାକ୍‌ ଯୁଦ୍ଧ ହୋଇଥିଲା।

ପିଲାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବାର ପ୍ରାୟ ୨ ଘଣ୍ଟା ପରେ ଅତିରିକ୍ତ ଜିଲ୍ଲାପାଳ ଓ ବାରିପଦା ଉପ-ଜିଲ୍ଲାପାଳ ସେଠାରେ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିଥିଲେ। ଘଟଣାର ତଦନ୍ତ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେବା ପରେ ପିଲାମାନେ ହଷ୍ଟେଲକୁ ଫେରି ଯାଇଥିଲେ।

ପଞ୍ଚାୟତ ସମିତି ସଭ୍ୟ ମଲ୍ଲୀରାଣୀ ମାଝୀ କହିଛନ୍ତି, “ପିଲାମାନେ ମୋତେ ଆସି କହିଥିଲେ ଯେ ସେମାନଙ୍କୁ ଭଲ ଖାଇବାକୁ ଦିଆଯାଉ ନାହିଁ। ପାଣିଆ ଡାଲି ଦିଆଯାଉଛି। ସାତ ଆଠ ଦିନର ଶୁଖିଲା ପରିବାକୁ ତରକାରି କରି ଖାଇବାକୁ ଦିଆଯାଉଛି। ପ୍ରଧାନଶିକ୍ଷୟିତ୍ରୀ ମାଡ଼ ମାରୁଥିବା ଯୋଗୁ ସେମାନେ ଆଉ ସ୍କୁଲ୍ ଯିବେନି ବୋଲି ବି ମୋତେ କହିଛନ୍ତି।”

ପ୍ରଧାନଶିକ୍ଷୟିତ୍ରୀ ତରୁଲତା ହରିଭକ୍ତ ବେହେରା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହା ପଛରେ କାହାର କୌଣସି ବ୍ୟକ୍ତିଗତ ଉଦ୍ଦେଶ୍ୟ ଥାଇପାରେ। ସେ (ପଞ୍ଚାୟତ ସମିତି ସଭ୍ୟ) ପିଲାମାନଙ୍କୁ ଜୋର ଜବରଦସ୍ତି ନେଇ ଆସିଛନ୍ତି। ତଦନ୍ତ ହେଲେ ସବୁ କଥା ପଦାକୁ ଆସି ପାରିବ।

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ହଷ୍ଟେଲ୍‌ରେ ଅବ୍ୟବସ୍ଥା ଲାଗି ରହିଥିବା ଅଭିଯୋଗ ହେଉଛି।



from Odisha Reporter https://ift.tt/2Vt42lN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages