
ମୁମ୍ବାଇ: ମୁମ୍ବାଇ ମେଟ୍ରୋ ୱାନ୍ ପ୍ରାଇଭେଟ୍ ଲିମିଟେଡ୍ ଏହି ରୂପେଲି ସହରର ୧୨ଟି ଷ୍ଟେସନ୍ରେ ରେଡ୍ ଆଲର୍ଟ ଜାରି କରିଛି। ଏହାର ଗୋଟିଏ ଦିନ ପୁର୍ବରୁ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍ ମଧ୍ୟ ସମାନ ଭାବରେ ଆଲର୍ଟ ଜାରି କରିଥିଲା।
ଭାରତ ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣର ବଦ୍ଲା ନେବା ପରେ ଗତ ଦୁଇ ଦିନ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍କଟ ହୋଇଥିବା ସମ୍ପର୍କକୁ ନେଇ ଚିନ୍ତା ବଢ଼ିଛି। ଏହି କାରଣରୁ ସୁରକ୍ଷା ପାଇଁ ଚିନ୍ତା ବଢ଼ାଯାଇଛି।
ମୁମ୍ବାଇ ମେଟ୍ରୋ ଆଜି ଟ୍ୱିଟ୍ କରି କହିଥିଲେ, “ବିଭିନ୍ନ ସୁରକ୍ଷା ସଂସ୍ଥାଙ୍କ ସୂଚନା ଆଧାରରେ ମୁମ୍ବାଇ ମେଟ୍ରୋ ୱାନ୍ ୧୨ଟି ଷ୍ଟେସନ୍ରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଆମେ ଯାତ୍ରୀଙ୍କଠାରୁ ସହଯୋଗ ଏବଂ ସମର୍ଥନ ଆଶା କରୁଛୁ।”
ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ରାଜ୍ୟ ବିଧାନସଭାରେ କହିଥିଲେ, ସହରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ମେଟ୍ରୋଗୁନିକର ସୁରକ୍ଷା ଦାୟିତ୍ୱରେ ଥିବା ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ଯାତ୍ରୀମାନଙ୍କୁ ୨ ଥର ଲେଖାଏ ଯାଞ୍ଚ କରି ଛାଡ଼ୁଛି। ଏତଦ୍ବ୍ୟତୀତ ସାଦା ପୋଷାକରେ ମଧ୍ୟ ସୁରକ୍ଷା କର୍ମୀ ନିୟୋଜନ କରାଯାଇଛି।
ବରସୋଭା-ଅନ୍ଧେରୀ-ଘଟ୍କୋପାର ମେଟ୍ରୋ-୧ କରିଡରକୁ ରିଲାଏନ୍ସ ଇନ୍ଫ୍ରାଷ୍ଟ୍ରକଚର ପରିଚାଳନା କରୁଛି।
from Odisha Reporter https://ift.tt/2EB00Cj
No comments:
Post a Comment