
ସୋନପୁର (ରବୀନ୍ଦ୍ର କୁମାର ହୋତା): ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନୀ ଛକରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜିତେନ୍ଦ୍ର ଖୁରା। ତାଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲାର ପୁଲେଶ୍ୱର ଗାଁରେ।
ଆଜି ସକାଳ ପ୍ରାୟ ୭ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଜିତେନ୍ଦ୍ର ବାଇକ୍ରେ ଯାଉଥିବା ବେଳେ ଏକ ଅଜଣାଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଛି।
from Odisha Reporter https://ift.tt/2EB05WD
No comments:
Post a Comment