
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ପ୍ରମୁଖ ଇଲେକ୍ଟ୍ରୋନିକ୍ କମ୍ପାନୀ ସାମସଙ୍ଗ ଏଭଳି ଏକ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି ଯାହା ଫୋଲ୍ଡ ହେଇଯାଉଛି ବା ମୋଡ଼ି ହୋଇଯାଉଛି ଓ ଖୋଲିଲେ ଏହା ଟାବଲେଟ୍ ହେଇଯାଉଛି। ଯାହାର ନାଁ ରହିଛି ‘ସାମସଙ୍ଗ ଫୋଲ୍ଡ’ । ସାମସଙ୍ଗ ଏଭଳି ଫିଚର ଥିବା ଫୋନ୍ ଲଞ୍ଚ କରିବା ବିଶ୍ୱରେ ପ୍ରଥମ କମ୍ପାନୀ ହୋଇଯାଇଛି।
ଏପରିକି ୫ଜିରେ କାମ କରୁଥିବା ସେଲ୍ଫୋନ୍ ସେଟ୍ ଆଣିବାରେ ମଧ୍ୟ ସାମସଙ୍ଗ୍ ପ୍ରଥମ କମ୍ପାନୀ ବୋଲି କୁହାଯାଉଛି। ଏହି ଫୋନ୍ର ଆଉ ଏକ ବିଶେଷତ୍ୱ ହେଉଛି ଏଥିରେ ରହିଛି ମୋଟ ୫ଟି କ୍ୟାମେରା। ଏଥିମଧ୍ୟରୁ ୩ଟି ରିୟର ଓ ୨ଟି ଫ୍ରଣ୍ଟ। ୧୨ଜିବି ରାମ୍ ଓ୫୧୨ ଜିବି ଇଣ୍ଟରନାଲ ମେମୋରୀରେ ଉପଲବ୍ଧ ହେବ ଏହି ଫୋନ୍। ଯେଉଁଥିରେ ରହିଚି 4380 MAHର ବ୍ୟାଟେରୀ।
Ten years after the first Galaxy, we didn’t just change the shape of the phone, we changed the shape of tomorrow. #GalaxyFold
Learn more: https://t.co/gYYGF4ZvdJ pic.twitter.com/C8s0Jxdhkz— Samsung Mobile (@SamsungMobile) February 20, 2019
ଫୋଲ୍ଡ ଥିବା ଅବସ୍ଥାରେ ଏହା ୪.୬ ଡିସ୍ପ୍ଲେ ସହ ଏକ ସ୍ମାର୍ଟଫୋନ୍ ପରି କାମ କରିଥାଏ। ହେଲେ ଖୋଲିଦେଲେ ଏହା ୭.୩ ଇଞ୍ଚର ଟ୍ୟାବ୍ଲେଟ୍ ହୋଇଯାଏ। କମ୍ପାନୀ ଅନୁଯାୟୀ ଏହି ଫୋନ୍ ଏପ୍ରିଲ ୨୬ ସୁଧା ବଜାରରେ ଉପଲବ୍ଧ ହେବ। ତେବେ ଏହି ଫୋନ୍ର ମୂଲ୍ୟ ୧,୯୮୦ ଡଲାର, ଅର୍ଥାତ୍ ୧ଲକ୍ଷ ୪୦ ହଜାର ୮୬୭ଟଙ୍କାରୁ ଆରମ୍ଭ ହେବ। ଟ୍ୱିଟର୍ରେ ଏହି ଫୋନକୁ ବେଶ୍ ପସନ୍ଦ କରାଯାଉଛି। ଜଣେ ୟୁଜରଙ୍କୁ ଏହି ଫୋନ୍ ଏତେ ଭଲ ଲାଗିଲା ଯେ ସେ ଲେଖିଛନ୍ତି, ‘ମୁଁ ଏଥିପାଇଁ ଆଉ ଅପେକ୍ଷା କରିପାରିବି ନାହିଁ। ଏହାକୁ କିଣିବାକୁ ମୁଁ ମୋ ଜମି ପର୍ଯ୍ୟନ୍ତ ବିକ୍ରି କରିଦେବି।’
from Odisha Reporter https://ift.tt/2T5HXvY
No comments:
Post a Comment