ଚେଷ୍ଟା କଲେ ବି ଭାରତ ପାକିସ୍ତାନକୁ ବିଶ୍ୱକପ୍‌ରୁ କାଢ଼ି ପାରିବ ନାହିଁ: ଗାଭାସ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ଚେଷ୍ଟା କଲେ ବି ଭାରତ ପାକିସ୍ତାନକୁ ବିଶ୍ୱକପ୍‌ରୁ କାଢ଼ି ପାରିବ ନାହିଁ: ଗାଭାସ୍କର

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ୨୦୧୯ କ୍ରିକେଟ୍‌ ବିଶ୍ୱକପ୍‌ରୁ ପାକିସ୍ତାନକୁ ବାଦ୍‌ ଦେବା ପାଇଁ ବିସିସିଆଇ ଚେଷ୍ଟା କରୁଛି। ହେଲେ କିମ୍ବଦନ୍ତୀ କ୍ରିକେଟ୍‌ର ସୁନୀଲ ଗାଭାସ୍କର ଏହାକୁ ଏକ ବୃଥା ପ୍ରୟାସ ଏବଂ ଏହା କେବେ ହେଲେ ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି।

ଗାଭାସ୍କର କହିଛନ୍ତି, “ ବିସିସିଆଇ ପାକିସ୍ତାନକୁ ବାଦ ଦେବାକୁ ଚେଷ୍ଟା କରିପାରେ। କିନ୍ତୁ ଏହା ସମ୍ଭବ ହେବା ପରି ଲାଗୁନାହିଁ। କାରଣ ବିସିସିଆଇ ଯେଉଁ ଦାବି କରିବ, ତାକୁ ଅଲଗା ଦେଶଗୁଡ଼ିକ ସମର୍ଥନ କରି ନ ପାରନ୍ତି।

ମୁଁ ଭାବୁଛି ପାକିସ୍ତାନକୁ ବିଶ୍ୱକପ୍‌ରୁ ବାଦ୍‌ ଦିଆଯିବା ନେଇ କେହି ରାଜି ହେବେନି। ଭାରତ ଓ ପାକିସ୍ତାନ ବିବାଦ ଦ୍ଵିପାକ୍ଷିକ ବ୍ୟାପାର ହୋଇଥିବାରୁ ଅନ୍ୟ ରାଷ୍ଟ୍ର କେବେ ହେଲେ ଏଥିରେ ହସ୍ତକ୍ଷେପ କରିବେ ନାହିଁ। କିନ୍ତୁ ଭାରତ ବିଶ୍ୱକପ୍‌ରୁ ପାକିସ୍ତାନକୁ ବିଦା କରିବା ପ୍ରସଙ୍ଗରେ ଚେଷ୍ଟା କରିବାରେ ଅସୁବିଧା ନାହିଁ।

ପାକିସ୍ତାନକୁ ବିଦା କରିବାର ଉପଯୁକ୍ତ ଫୋରମ ହେଉଛି ଜାତିସଂଘ। ପାକିସ୍ତାନ ବିରୋଧରେ ଯାହା ବି କରିବାର ଅଛି ସେଠାରେ କରାଯିବା ଦରକାର। କାରଣ ଆଇସିସିରେ ଏଭଳି ପ୍ରସଙ୍ଗ ଉଠାଇଲେ କିଛି ଲାଭ ହେବନାହିଁ।

ଆମେ ସମସ୍ତେ ପୁଲୱାମା ଆକ୍ରମଣକୁ ନେଇ ଭାଙ୍ଗି ପଡ଼ିଛୁ। ଭାରତ ବିଶ୍ୱକପ୍‌ରେ ପାକିସ୍ତାନ ସହ ନଖେଳିଲେ ୨ ପଏଣ୍ଟ ହରାଇବ। ଦୀର୍ଘ ସମୟ ଧରି ଆମେ ପାକିସ୍ତାନ ସହ ଦ୍ୱିପାକ୍ଷିକ ସିରିଜ୍‌ ଖେଳୁନାହୁଁ। କିନ୍ତୁ ବିଶ୍ୱକପ୍‌ରେ ପାକିସ୍ତାନକୁ ୨ ପଏଣ୍ଟ ମାଗଣାରେ ଦେବା ଠିକ୍‌ ନୁହେଁ। ବରଂ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ଖେଳି ପାକିସ୍ତାନକୁ ପରାସ୍ତ କରିବା ଦରକାର।”



from Odisha Reporter https://ift.tt/2IpWDSx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages