ପୁଲ୍‌ୱାମା ଆକ୍ରମଣର ରାଜନୀତିକରଣ କରୁଛି କଂଗ୍ରେସ:ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ପୁଲ୍‌ୱାମା ଆକ୍ରମଣର ରାଜନୀତିକରଣ କରୁଛି କଂଗ୍ରେସ:ଶାହ

ରାଜମହେନ୍ଦ୍ରୀ: ପୁଲ୍‌ୱାମା ଆକ୍ରମଣ ଘଟଣା ସମ୍ପର୍କରେ ଜଣାପଡ଼ିବାପରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ୟୁମେଣ୍ଟାରୀ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିବାନେଇ କଂଗ୍ରେସର ଅଭିଯୋଗକୁ ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଦେଶର ସୁରକ୍ଷାକୁ ନେଇ କ୍ୟାବିନେଟ୍‌ ମିଟିଂ ଡାକିବା ବଦଳରେ ସେ ଶୁଟିଂରେ କିଭଳି ବ୍ୟସ୍ତ ରହିଥିଲେ ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା।

ଅମିତ ଶାହ ଏହାକୁ ସମାଲୋଚନା କରି କହିଛନ୍ତି, ଏପରି ଅଭିଯୋଗ କରିବାକୁ କଂଗ୍ରେସର କୌଣସି ନୈତିକ ଅଧିକାର ନାହିଁ। ସେମାନେ ରାଜନୀତିକ ସ୍ୱାର୍ଥ ପାଇଁ ଏହି ପ୍ରସଙ୍ଗର ସାହାରା ନେଇଛନ୍ତି। ଆକ୍ରମଣ ଦିନ ମୋଦି ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ସମାଲୋଚନା କରୁଥିବା ଲୋକେ ମନେ ରଖିବା ଦରକାର, ସେ ଦିନକୁ ୧୮ ଘଣ୍ଟା ରାଷ୍ଟ୍ରପାଇଁ କାମ କରୁଛନ୍ତି।

ଶାହ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଏହାକୁ ନେଇ ଯେତେ ରାଜନୀତି କଲେ ମଧ୍ୟ ଏହା ସେମାନଙ୍କୁ ଫାଇଦା ଦେବନି। ଯେଉଁ ଦଳର ନେତା ପାକିସ୍ତାନ ପାଇଁ ଓକିଲାତି କରୁଛନ୍ତି ସେହି ଦଳ ଓଲଟା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରୁଛି ।



from Odisha Reporter https://ift.tt/2IqRHwL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages