
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲ୍ୱାମାରେ ପାକିସ୍ତାନ ସମର୍ଥିତ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ଘୃଣ୍ୟ ଆକ୍ରମଣକୁ ସମଗ୍ର ବଲିଉଡ୍ ଜଗତ ଏବେ ନିନ୍ଦା କରିବା ସହିତ ବୀର ଯବାନଙ୍କ ଜୟଜୟକାର କରୁଛି। କିନ୍ତୁ କିଛି ତାରକା ଘଟଣାର ପ୍ରତିଶୋଧ ନିଆଯିବା ଉଚିତ ବୋଲି କହୁଥିବାବେଳେ କିଛି ତଥାକଥିତ ‘ସେକ୍ୟୁଲାର’ (ଧର୍ମନିରପେକ୍ଷ) ତାରକା ଚିରାଚରିତ ଭାବେ ଆଲୋଚନା ଜରିଆରେ ଆତଙ୍କୀ କାର୍ଯ୍ୟକଳାପର ଅନ୍ତ ଘଟାଇବା ଉଚିତ ବୋଲି ଯୁକ୍ତି ବାଢୁଛନ୍ତି।
ଏ ପ୍ରସଙ୍ଗରେ ଲୋକପ୍ରିୟ ତଥା ବରିଷ୍ଠ ଗାୟକ ସୋନୁ ନିଗମ ନିଜ ଫେସବୁକ୍ ପେଜ୍ରେ ଏକ ଭିଡିଓ ଛାଡ଼ି ଏହି ‘ସେକ୍ୟୁଲାର’ମାନଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଆରେ ୪୪ ହେଉ କିମ୍ବା ୪୪୦, ଆପଣମାନେ ଏତେ ଦୁଃଖୀ କାହିଁକି ହୋଇଯାଉଛନ୍ତି? ଏଥିରେ ଦୁଃଖିତ ହେବାର କାରଣ କ’ଣ ଅଛି? ଆପଣମାନେ ତାହା ହିଁ କରନ୍ତୁ ଯାହା ଏହି ଦେଶରେ ଠିକ୍, ଯାହାକି ସେକ୍ୟୁଲାରମାନେ କରୁଛନ୍ତି।”
ପୁଲୱାମା ଘଟଣାରେ ଆର୍ଏସ୍ଏସ୍, ହିନ୍ଦୁତ୍ୱବାଦୀ, ରାଷ୍ଟ୍ରବାଦୀ ସଂଗଠନ ଆଉ ବିଜେପିକୁ ଦୁଃଖିତ ହେବାକୁ ଛାଡ଼ିଦିଅନ୍ତୁ ବୋଲି ସେ ବ୍ୟଙ୍ଗ କରି କହିଛନ୍ତି। ଆପଣମାନେ ତାହା କରନ୍ତୁ ଯାହା ସେକ୍ୟୁଲାରମାନେ କରନ୍ତି, “ଭାରତ ତେରେ ଟୁକ୍ଡ଼େ ହୋଙ୍ଗେ”, “ଅଫଜଲ୍ ହମ୍ ଶର୍ମିନ୍ଦା ହୈ”, ସାବାସ୍। ଭାରତରେ ରହିବାର ଅଛି ତ ଆପଣମାନଙ୍କର ଏପରି ସେକ୍ୟୁଲାର ବିଚାର ରହିବାର ଅଛି”, ବୋଲି କହି ସେ ତଥାକଥିତ ଉଦାରବାଦୀଙ୍କୁ ପରିହାସ କରିଛନ୍ତି।
ସୋନୁ ଆହୁରି ମଧ୍ୟ କହିଛନ୍ତି, ତଥାକଥିତ ସେକ୍ୟୁଲାର ଇଣ୍ଡିଆରେ ବନ୍ଦେ ମାତରମ୍ ବା ଜୟ ହିନ୍ଦ୍ ଗ୍ରହଣୀୟ ନୁହେଁ। ସେ କହିଛନ୍ତି, “ବନ୍ଦେ ମାତରମ୍ ଜମା କହିବନି। ଏଇଠି ଏସବୁ କହିବା ଭୁଲ କଥା। ଆଉ ଶୋକ ମନାଇବା ବନ୍ଦ କର। ସିଆରପିଏଫ୍ର ଲୋକ ଥିଲେ, କୋଉ ଗୋଟେ ବଡ଼ କଥା ଯେ। ଚାଲ ପରେ ଦେଖା ହେବା। ଆଉ ହଁ, ନମସ୍କାର ନୁହେଁ, ଲାଲ୍ ସଲାମ୍।”
Finally a sane voice from Bollywood. Well done Sonu Nigam. No one will post a video like this from bollywood. Only few have this kind of courage.#PulwamaAttack
Shankh Naad यांनी वर पोस्ट केले शनिवार, १६ फेब्रुवारी, २०१९
from Odisha Reporter http://bit.ly/2IhcFy6
No comments:
Post a Comment