ସୁଲତାନ ଆଜଲାନ ଶାହା କପ୍‌ କ୍ୟାମ୍ପରେ ୪ ଓଡ଼ିଆ ହକି ତାରକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ସୁଲତାନ ଆଜଲାନ ଶାହା କପ୍‌ କ୍ୟାମ୍ପରେ ୪ ଓଡ଼ିଆ ହକି ତାରକା

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରୁ ବେଙ୍ଗାଲୁରୁରେ ସୁଲତାନ୍‌ ଆଜଲାନ ଶାହା ହକି ଟୁର୍ଣ୍ଣାମେଣ୍ଟ ପାଇଁ ଜାତୀୟ ଟିମ୍‌ର କ୍ୟାମ୍ପ ଆରମ୍ଭ ହେବ। ଏଥିପାଇଁ ଆଜି ହକି ଇଣ୍ଡିଆ ୩୪ ଜଣ ଖେଳାଳିଙ୍କ ନାଁ ଘୋଷଣା କରିଛି। ଏହି ୩୪ ଜଣିଆ ତାଲିକାରେ ୪ ଜଣ ଓଡ଼ିଆ ରହିଛନ୍ତି। ହକି ବିଶ୍ୱକପ୍‌ ଟିମ୍‌ରେ ଥିବା ଓଡ଼ିଶାର ଦୁଇ ତାରକା ହକି ଖେଳାଳି ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ସହ ସୁମନ ବେକ ଏବଂ ଶିଳାନନ୍ଦ ଲାକ୍ରା ରହିଛନ୍ତି।

ଏହି ୩୪ ଜଣ ଖେଳାଳିଙ୍କ ମଧ୍ୟରୁ ୧୫ ଜଣଙ୍କୁ ମାର୍ଚ୍ଚ ୨୩ରୁ ଆରମ୍ଭ ହେବାକୁ ଥିବା ସୁଲତାନ ଆଜଲାନ ଶାହା ହକି ଟୁର୍ଣ୍ଣାମେଣ୍ଟ ପାଇଁ ବଛାଯିବ।

ହକି ହଣ୍ଡିଆ ଭୁବନେଶ୍ୱର ଠାରେ ଶେଷ ହୋଇଥିବା ବିଶ୍ୱକପ୍‌ ଦଳରେ ଥିବା ସମସ୍ତ ୧୮ ଜଣ ଖେଳାଳିଙ୍କୁ ଏହି କ୍ୟାମ୍ପ ପାଇଁ ତାଲିକାରେ ସାମିଲ କରିଛି। ଫେବୃଆରୀ ୧୮ରେ କ୍ୟାମ୍ପ ଆରମ୍ଭ ହୋଇ ମାର୍ଚ୍ଚ ୧୮ରେ ସରିବ।

ସେହିପରି ବିଶ୍ୱକପ୍‌ ଟିମ୍‌ରେ ନଥିବା ଏସ୍‌ଭି ସୁନୀଲ, ରମଣଦୀପ ସିଂହ ଓ ରୁପିନ୍ଦର ପାଲଙ୍କୁ କ୍ୟାମ୍ପରେ ସାମିଲ କରାଯାଇଛି। ଏହି ୩୪ ଜଣିଆ ତାଲିକାରେ ୩ ଜଣ ଗୋଲକିପର ରହିଛନ୍ତି।



from Odisha Reporter http://bit.ly/2Gu9GAz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages