୮୦ କୋଟିରେ ନିର୍ମିତ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ୍‌ର ଆବସ୍ଥା ଏବେ ଦୟନୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

୮୦ କୋଟିରେ ନିର୍ମିତ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ୍‌ର ଆବସ୍ଥା ଏବେ ଦୟନୀୟ

puri-malatipatapurabusstand

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ମାଳତୀପାଟପୁରରେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇଥିଲା। ଏଠାକୁ ନିୟମିତ ବସ୍‌ ନଆସିବାରୁ ଏଠାରେ ଟୁରିଷ୍ଟ୍‌ ବସ୍‌ ପାର୍କିଂ କରାଯାଉଥିଲା। ଯାହାଫଳରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ଏଠାରେ ବସ୍‌ ପାର୍କିଂ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଏଥିପାଇଁ ରକ୍ଷଣାବେକ୍ଷଣ ବାବଦକୁ ପ୍ରତି ବସ୍‌ ପିଛା ୪୮୦ ଟଙ୍କା ଆଦାୟ କରାଯାଉଛି। ହେଲେ ପ୍ରଶାସନିକ ଅଧିକାରୀଙ୍କ ଖାମ୍‌ଖିଆଲ୍‌ ନୀତି ଯୋଗୁ ବସ୍‌ଷ୍ଟାଣ୍ଡର ଅବସ୍ଥା ଦୟନୀୟ ହୋଇପଡ଼ିଛି। ଅସ୍ଥାୟୀ ସ୍ଲାବ୍‌ ଖସି ପଡ଼ିଲାଣି। ସବୁଠି କୁଢ଼କୁଢ଼ ଆବର୍ଜନା ପଡ଼ିଛି। ପିଇବା ପାଇଁ ପାଣି ମୁନ୍ଦାଏ ମିଳୁନାହିଁ। ଟଏଲେଟ୍‌ ଦୀର୍ଘଦିନ ହେବ ସଫା ନହେବା ଯୋଗୁ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିରହିଛି। ଗାଧୋଇବା ତ ଦୂରର କଥା, ଧୋଇହେବା ପାଇଁ ପାଣିର ସୁବିଧା ନାହିଁ। ପ୍ରତିଦିନ ଏଭଳି ପରିସ୍ଥିତି ସାମ୍ନା କରିବା ପରେ ପର୍ଯ୍ୟଟକ ଓ ଟୁରିଷ୍ଟ ବସ୍‌ର ଡ୍ରାଇଭରମାନେ OSRTC କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି।

୨୦୧୫ରେ ମହାପ୍ରଭୁଙ୍କ ନବକଳେବରକୁ ଆଖି ଆଗରେ ରଖି ସରକାର ପ୍ରାୟ ୮୦ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରିଥିଲେ। କିନ୍ତୁ ନବକଳେବର ପରେ ଏଠାକୁ କୌଣସି ଯାତ୍ରୀବାହୀ ବସ୍‌ ଆସିଲା ନାହିଁ। ଶେଷରେ ନିଷ୍ପତ୍ତି ହେଲା, ବାହାରୁ ଆସୁଥିବା ଟୁରିଷ୍ଟ ବସ୍‌ ଏଠାରେ ପାର୍କିଂ କରିବେ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ OSRTC କୁ ଦିଆଯାଇଛି। ସେପଟେ ଏଭଳି ଅବ୍ୟବସ୍ଥା ସମ୍ପର୍କରେ ବିଭାଗର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ବିନୟ ଭୂଷଣ ଦାସ କହିଛନ୍ତି।



from Odisha Reporter http://bit.ly/2DLBXPc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages