ଅମିତାଭ୍‌ ବଚ୍ଚନଙ୍କଠାରୁ ବଦ୍‌ଲା ନେବେ ଶାହାରୁଖ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଅମିତାଭ୍‌ ବଚ୍ଚନଙ୍କଠାରୁ ବଦ୍‌ଲା ନେବେ ଶାହାରୁଖ୍‌ !

amitav

ମୁମ୍ବାଇ: ବଲିଉଡ୍‌ କିଙ୍ଗ୍‌ଖାନ୍‌ ଶାହାରୁଖ୍‌ ବିଗ୍‌ ବି ଅମିତାଭ୍‌ ବଚ୍ଚନ୍‌ଙ୍କୁ ଏମିତି କଥା କହିଛନ୍ତି, ଯେଉଁ କଥା ହୁଏତ ବଲିଉଡ୍‌ରେ ଆଉ କେହି କହିବାକୁ ସାହାସ କରି ନ ଥିବେ। ଶାହାରୁଖ୍‌ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଅମିତାଭ୍‌ ବଚ୍ଚନଙ୍କୁ ସମ୍ବୋଧନ କରି ଲେଖିଛନ୍ତି,‘‘ ମୁଁ ଆପଣଙ୍କୁଠାରୁ ବଦ୍‌ଲା ନେବାକୁ ଆସୁଛି, ସାର୍‌ ବଚ୍ଚନ ସାହେବ। ପ୍ରସ୍ତୁତ ରହିଥିବେ।’’

 

ଶାହାରୁଖ୍‌ଙ୍କ ଏହି ଟୁଇଟ୍‌ ଆସିବା ପରେ ସୋଶାଲ୍‌ ମିଡିଆରେ ହଇଚଇ ଖେଳିଯାଇଛି। ଆଉ ସମସ୍ତେ ଏକଥା ଭାବି ଆଶ୍ଚର୍ଯ୍ୟ ହେଉଛନ୍ତି ଯେ, ଶାହାରୁଖ୍‌ ଅମିତାଭ୍‌ଙ୍କୁ ଏମିତି କେମିତି କହିଲେ।

ଆପଣ ବି ଭାବୁଥିବେ, ଏମିତି କ’ଣ ହେଲା ଯେ ଶାହାରୁଖ୍‌ ଏମିତି କହିଲେ?

ବାସ୍ତବ କଥାଟି ଏମିତି।

ଅମିତାଭ୍‌ ବଚ୍ଚନ୍‌ଙ୍କ ଆଗାମୀ ଫିଲ୍ମ ‘ବଦ୍‌ଲା’ ପାଇଁ ଶାହାରୁଖ୍‌ ଏମିତି ଟୁଇଟ୍‌ କରିଛନ୍ତି। ବଦ୍‌ଲା ଫିଲ୍ମର ପୋଷ୍ଟ୍‌ର ରିଲିଜ୍‌ ପରେ ଏହି କଥା ସ୍ପଷ୍ଟ କରିଛନ୍ତି ସେ। ଶାହାରୁଖ୍‌ଙ୍କ ଟ୍ୱିଟ୍‌ରେ ଅମିତାଭ୍‌ ରିପ୍ଲାଏ ଦେଇ କହିଛନ୍ତି, “ବଦ୍‌ଲା ନେବା ସମୟ ତ ପଳେଇଲା। ଏବେ ବଦଲା ଦେବା ସମୟ।”

 

ନିକଟରେ ଶାହାରୁଖ୍‌  ବଦ୍‌ଲା ଫିଲ୍ମର ଏକ ପୋଷ୍ଟର ରିଲିଜ୍‌ କରି ଟ୍ୱିଟ୍‌ କରିଛନ୍ତି।

ପୋଷ୍ଟରରେ ଅମିତାଭ୍‌ ବଚ୍ଚନ ଓ ତାପସୀ ପନ୍ନୁଙ୍କୁ ଦେଖିବାକୁ ମିଳିଛି। ‘ବଦ୍‌ଲା’ର ଟ୍ୟାଗ୍‌ ଲାଇନ୍‌ ଖୁବ୍‌ ଚିତାକର୍ଷକ ରହିଛି। ଟ୍ୟାଗ୍‌ ଲାଇନ୍‌ଟି ହେଉଛି, ‘କ୍ଷମା କରିଦେବେ ସବୁବେଳେ ତୁମେ ଠିକ୍‌ ନୁହେଁ।’

ଏହି ସସ୍‌ପେନ୍ସ ଥ୍ରୀଲର ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି, ସୁଜୟ ଘୋଷ। ଫିଲ୍ମର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଯାହା ମାର୍ଚ୍ଚ ୮ରେ ରିଲିଜ୍‌ ହେବ।



from Odisha Reporter http://bit.ly/2GnLP5D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages