ରିଲିଜ୍‌ ହେଲା ବିଗ୍‌ବିଙ୍କ ଫିଲ୍ମ ‘ବଦଲା’ର ଟ୍ରେଲର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ରିଲିଜ୍‌ ହେଲା ବିଗ୍‌ବିଙ୍କ ଫିଲ୍ମ ‘ବଦଲା’ର ଟ୍ରେଲର୍

ମୁମ୍ବାଇ: ରିଲିଜ୍‌ ହୋଇଯାଇଛି ଫିଲ୍ମ ‘ବଦଲା’ର ଟ୍ରେଲର୍। ସିନେମାର କାହାଣୀ ବେଶ୍‌ ଦମ୍‌ଦାର ଥିବାବେଳେ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ତାପସୀ ପନ୍ନୁ। ଫିଲ୍ମରେ ଅମିତାଭଙ୍କୁ ଜଣେ ପୁଲିସ୍‌ ଅଫିସର୍‌ ଚରିତ୍ରରେ ଦେଖିବାକୁ ମିଳିଛିା ଟ୍ରେଲର୍‌ ଆରମ୍ଭରେ ଅମିତାଭ ଗୋଟେ ଦମ୍‌ଦାର୍ ଡାଇଲଗ୍‌ କହୁଛନ୍ତି, ‘ବଦଲା ଲେନା ହର ବାର ସହି ନେହି ହୋତା, ଲେକିନ୍‌ ମାଫ୍‌ କରଦେନା ଭି ହର୍‌ ବାର୍‌ ସହି ନେହିଁ ହୋତା’। ଟ୍ରେଲର୍‌ ରିଲିଜ୍‌ ହେବାର ମାତ୍ର ୨ ଘଣ୍ଟା ଭିତରେ ଏହାକୁ ୪ଲକ୍ଷରୁ ଅଧିକ ଥର ଦେଖା ସରିଲାଣି। ଟ୍ରେଲର୍‌ଟିକୁ ଦର୍ଶକଙ୍କ ଭଲ ରେସ୍‌ପନ୍ସ ମିଳିଛି।

ଟ୍ରେଲର୍‌ ଆରମ୍ଭରେ ଘର ଭିତରେ ଏକ ହତ୍ୟା ହୋଇଯାଉଥିବା ଦେଖିବାକୁ ମିଳିଛି। ଯାହାର ଇନଭେଷ୍ଟିଗେସନ୍ ଦାୟିତ୍ୱ ଅମିତାଭଙ୍କୁ ଦିଆଯାଇଛି। କିଭଳି ଭାବେ ସେ ଏହି ମର୍ଡର ମିଷ୍ଟ୍ରିକୁ ସଲ୍‌ଭ କରୁଛନ୍ତି, ତାକୁ ଅତି ସୁନ୍ଦର ଭାବେ ପରଦାରେ ଦେଖାଇଛନ୍ତି ନିର୍ଦ୍ଦେଶକ ସୁଜୟ ଘୋଷ।

ନିର୍ଦ୍ଦେଶକ ସୁଜୟଙ୍କ ସହ ଅମିତାଭଙ୍କର ଏହା ତୃତୀୟ ସିନେମା ହୋଇଥିବାବେଳେ ତାପସୀଙ୍କ ସହ ଅମିତାଭଙ୍କୁ ଦ୍ୱିତୀୟ ଥର ପାଇଁ ଦେଖିବେ ଦର୍ଶକ। ଫିଲ୍ମଟି ଆସନ୍ତା ମାର୍ଚ୍ଚ ୮ ତାରିଖରେ ପରଦାକୁ ଆାସିବ।



from Odisha Reporter http://bit.ly/2DyFJey

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages