ସେହୱାଗଙ୍କ ‘ବେବି ସିଟର୍’ ଭିଡିଓକୁ ନେଇ ବାକ୍‌ ଯୁଦ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ସେହୱାଗଙ୍କ ‘ବେବି ସିଟର୍’ ଭିଡିଓକୁ ନେଇ ବାକ୍‌ ଯୁଦ୍ଧ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୨୪ରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଟି-୨୦ ପରେ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଷ୍ଟାର ପକ୍ଷରୁ ମ୍ୟାଚ୍‌ର ସିଧାପ୍ରସାରଣ ହେବ। ଏଥିପାଇଁ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ଏକ ପ୍ରମୋସନାଲ୍‌ ଭିଡିଓ ବିଜ୍ଞାପନ କରିଛନ୍ତି।

ଏଥିରେ ସେହୱାଗ ଜଣେ ବେବି ସିଟର ବା ପିତାମାତାଙ୍କ ଅନୁପସ୍ଥିତିରେ ପିଲାଙ୍କ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ଭୂମିକାରେ ରହିଛନ୍ତି। ଏଥିରେ ଏକାଧିକ ଛୋଟ ଛୁଆ ଅଷ୍ଟ୍ରେଲିଆ ଜର୍ସିରେ ପିନ୍ଧିଛନ୍ତି।

ଗତ ଟେଷ୍ଟ୍‌ ସିରିଜ ବେଳେ ଅଷ୍ଟ୍ରେଲିଆର ଅଧିନାୟକ ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର ବ୍ୟାଟସ୍‌ମ୍ୟାନ୍‌ ରିଷଭ ପନ୍ତଙ୍କୁ ବେବି ସିଟର ବୋଲି କହି ତାଚ୍ଛଲ୍ୟ କରିଥିବାରୁ ସେହୱାଗ ଏଭଳି ବିଜ୍ଞାପନ ଦ୍ୱାରା ଏହାର ଜବାବ ଦିଆଯାଇଥିବା କୁହାଯାଇଛି।

ଏହି ଭିଡିଓ ଦେଖି ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ମାଥ୍ୟୁ ହେଡେନ୍‌ କହିଛନ୍ତି, “ସତର୍କ ରୁହନ୍ତୁ, ଅଷ୍ଟ୍ରେଲିଆ ଟିମ୍‌କୁ କେବେ ହେଲେ ଥଟ୍ଟା କରନ୍ତୁ ନାହିଁ ବୀରୁ ବୟ। ଆପଣ ଦେଖିଥିଲେ କାହାର ଛୁଆ ବିଶ୍ୱକପ୍‌ ଉପରେ ବସିଥିଲେ। ତେଣୁ ଏପରି ଥଟ୍ଟା କରନ୍ତୁ ନାହିଁ।”

ଷ୍ଟାର ପକ୍ଷରୁ ଏଭଳି ଟ୍ୱିଟ୍‌ର ଜବାବ ଦିଆଯାଇଛି। ଷ୍ଟାର ଟ୍ୱିଟ୍‌ କରି କହିଛି ଯେ, “ସମସ୍ତଙ୍କ ଛୁଆକୁ ବେବି ସିଟର ଦରକାର।” ଭାରତୀୟ କ୍ରିକେଟ୍‌ ଫ୍ୟାନ୍‌ମାନେ ମଧ୍ୟ ଏଭଳି ଟ୍ୱିଟ୍‌କୁ ଦେଖି ପ୍ରତିକ୍ରିୟା ପ୍ରକାଶ କରିବା ସହ ହେଡେନ୍‌ଙ୍କୁ ନ ରାଗିବା ପାଇଁ ପରାମର୍ଶ ଦେଇଛନ୍ତି।

ଦେଖନ୍ତୁ ସେହୱାଗଙ୍କ ଭିଡିଓ



from Odisha Reporter http://bit.ly/2GErAzJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages