ସର୍ଦ୍ଦାର ରାଜସ୍‌ ମେଡିକାଲ କଲେଜ ଦୁର୍ନୀତି ଖୋଲିବ ଇଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ସର୍ଦ୍ଦାର ରାଜସ୍‌ ମେଡିକାଲ କଲେଜ ଦୁର୍ନୀତି ଖୋଲିବ ଇଡି

kalahandi

ଭବାନୀପାଟଣା(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ସର୍ଦ୍ଦାର ରାଜସ୍‌ ମେଡିକାଲ କଲେଜ ଦୁର୍ନୀତିର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)। କାଗଜପତ୍ର ଜାଲିଆତି କରି କିପରି ମେଡିକାଲ ଆଡମିଶନ ପାଇଁ ଅନୁମତି ଅଣାଯାଇଥିଲା? ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସହ ହୋଇଥିବା ଏମ୍‌ଓୟୁକୁ କିପରି ଉଲ୍ଲଂଘନ କରାଯାଇଥିଲା? ରାଜ୍ୟ ସରକାରଙ୍କ ୧୦ କୋଟି ଓ ୨୫ ଏକର ଜମି ପାଇବା ସତ୍ତ୍ୱେ କେମିତି ମେଡିକାଲ କଲେଜ ଭିତ୍ତିଭୂମି ବୃଦ୍ଧି କରାଯାଇ ନଥିଲା ଏବଂ ଶତାଧିକ ଛାତ୍ରଛାତ୍ରୀଙ୍କଠାରୁ ବେଆଇନ ଭାବେ ଅର୍ଥ ସଂଗ୍ରହ କରିବା ସହ ସେମାନଙ୍କ ଭବିଷ୍ୟତ ସହ କିପରି ଖେଳ ଖେଳାଯାଇଥିଲା? ଏସବୁ ପ୍ରଶ୍ନର ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବ ଇଡି।

ଦରକାର ପଡ଼ିଲେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମ୍ୟାନେଜିଂ ଟ୍ରଷ୍ଟି ଏ. ଜନ ସେଲ୍‌ ରାଜଙ୍କୁ ସମନ କରିପାରେ ଇଡି। ସେଲ୍‌ଭମ୍‌ ଏଜୁକେଶନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ମ୍ୟାନେଜିଂ ଟ୍ରଷ୍ଟି ଥିଲେ ଏ .ଜନସେଲ ରାଜା। ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଅପରାଧ ଅର୍ଥନୈତିକ ଶାଖା (EOW) ଜନସେଲକୁ ରାଜ୍ୟ ବାହାରୁ ଗିରଫ କରିଥିଲା। ଉଲ୍ଲେଖଯୋଗ୍ୟ, ସେଲଭମ୍ ଏଜୁକେସନ୍ ଟ୍ରଷ୍ଟ କଳାହାଣ୍ଡିରେ ମେଡିକାଲ କଲେଜ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ସହ MOU କରିଥିଲା।



from Odisha Reporter http://bit.ly/2tidn3D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages