ଇନ୍‌ସାସ ବଦଳରେ ୭୨,୪୦୦ ଆସଲଟ୍‌ ରାଇଫଲ୍ ଆଣିବ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଇନ୍‌ସାସ ବଦଳରେ ୭୨,୪୦୦ ଆସଲଟ୍‌ ରାଇଫଲ୍ ଆଣିବ ଭାରତ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ଭାରତ ସରକାର ଆଉ ପାଦେ ଆଗେଇଛନ୍ତି। ଇନ୍‌ସାସ ବନ୍ଧୁକ ବଦଳରେ ଏଣିକି ଯବାନ ଓ ସୁରକ୍ଷାକର୍ମୀମାନେ ଆସଲଟ୍‌ ରାଇଫଲ ବ୍ୟବହାର କରିବେ। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଆମେରିକାର ଏକ କମ୍ପାନୀ ସହ ଚୁକ୍ତି କରିଛନ୍ତି।

୭୦୦ କୋଟି ଟଙ୍କାର ଏହି ଚୁକ୍ତି ଜରିଆରେ ଭାରତ ସରକାର ୭୨,୪୦୦ଟି ଆସଲଟ୍‌ ରାଇଫଲ କିଣିବେ। ଏହି ଆସଲଟ ରାଇଫଲକୁ ଆମେରିକା ସମେତ ବିଭିନ୍ନ ୟୁରୋପୀୟ ଦେଶର ସେନା ଯବାନମାନେ ବ୍ୟବହାର କରୁଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୭୨,୪୦୦ଟି ଆସଲଟ୍‌ ରାଇଫଲ୍ ପାଇଁ ଆମେରିକାର ‘ସିଗ୍ ସୟର ଆସଲଟ୍‌ ରାଇଫଲ କମ୍ପାନୀ’ ସହ ଚୁକ୍ତି କରିଛନ୍ତି। ୭.୬୨ ଏମଏମ୍‌ର ଏହି ଆସଲଟ ରାଇଫଲ ଆସନ୍ତା ଗୋଟିଏ ବର୍ଷ ମଧ୍ୟରେ ଭାରତୀୟ ଯବାନଙ୍କ ପାଖରେ ପହଞ୍ଚିବ। ଏଥିପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

ବର୍ତ୍ତମାନ ଭାରତୀୟ ସେନା ପାଖରେ ୫.୫୬*୪୫ ଏମଏମର ଇନସାସ ରାଇଫଲ ରହିଛି। ତେଣୁ ସମୟର ଆବଶ୍ୟକତା ଅନୁଯାୟୀ ଏବେ ଭାରତୀୟ ସେନାକୁ ୭.୬୨*୫୧ ଏମଏମ ଆସଲଟ୍‌ ରାଇଫଲ୍ ଦରକାର। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2GFcs5q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages