
ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଲଢ଼ୁଆ ଯୁଦ୍ଧ ବିମାନ ମିଗ୍-୨୭ ଆଜି ରାଜସ୍ଥାନର ଜୈସାଲମେରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଧ୍ୱଂସ ପାଇଯାଇଥିଲେ ହେଁ ଏହା ମଧ୍ୟରେ ଥିବା ପାଇଲଟ୍ ଜଣଙ୍କ କୌଶଳକ୍ରମେ ଠିକ ସମୟରେ ନିଜକୁ ଇଜେକ୍ଟ କରି ରକ୍ଷା ପାଇଯାଇଛନ୍ତି। ଆଜି ସନ୍ଧ୍ୟା ପ୍ରାୟ ୬.୧୦ରେ ମିଗ୍-୨୭ ଟ୍ରେନିଂ ମିଶନ୍ ପାଇଁ ପୋଖରାନ୍ ରେଞ୍ଜ ନିକଟରେ ଉଡ଼ାଣ ଭରିଥିଲା।
ତେବେ ହଠାତ୍ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ସହ ତଳକୁ ଖସି ପଡ଼ିଥିଲା। ଫଳରେ ଏଥିରେ ନିଆଁ ଲାଗିଯାଇଥିଲା। ବାୟୁ ସେନା ପକ୍ଷରୁ ଘଟଣାର କୋର୍ଟ ଅଫ୍ ଇନକ୍ୱାରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
from Odisha Reporter http://bit.ly/2GENHWI
No comments:
Post a Comment