
ମୁମ୍ୱାଇ: ବଲିଉଡ୍ରେ ଷ୍ଟାର୍ କିଡ୍ ସର୍ବଦା ଚର୍ଚ୍ଚାରେ ଥାଆନ୍ତି। ଅନ୍ୟ ଅଭିନେତାଙ୍କ ପରି ଅଜୟ ଦେବଗନ୍ ଓ କାଜୋଲ୍ଙ୍କ ଝିଅ ନ୍ୟାସା ଓ ୮ ବର୍ଷର ପୁଅ ୟୁଗ୍ ମଧ୍ୟ ବର୍ତ୍ତମାନ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏପରିକି ଅନେକ ସମୟରେ ସୋଶାଲ ମିଡିଆରେ ବି ଦୁହେଁ ଟ୍ରୋଲର ଶିକାର ହେଉଛନ୍ତି।
ତେବେ ଏହି ଏହି ଟ୍ରୋଲକୁ ନେଇ ଅଜୟ ଦେବଗନ୍ ନିରାଶ ଥିବା ଜଣାପଡ଼ିଛି। ନିକଟରେ ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, “ସୋଶାଲ ମିଡିଆ ୟୁଜର ତାଙ୍କ ପିଲାଙ୍କୁ ନେଇ ଟିପ୍ପଣୀ ଦେବା ଉଚିତ୍ ନୁହେଁ। ମୋ ବିଷୟରେ ଟିପ୍ପଣୀ ଦିଅନ୍ତୁ କିନ୍ତୁ ମୋର ପିଲାଙ୍କ ଉପରେ ନୁହେଁ। କାଜୋଲ୍ ଓ ମୁଁ କଳାକାର, ଆମ କଳାକୁ ବିଚାର କରିବା ପରିବର୍ତ୍ତେ ପିଲାଙ୍କୁ ନେଇ ଟ୍ରୋଲ କରିବା ଠିକ୍ ନୁହେଁ । କୌଣସି ବ୍ୟକ୍ତିଙ୍କ ବିଷୟରେ ମୁଁ ବ୍ୟକ୍ତିଗତ ଟିପ୍ପଣୀ ଦେବାକୁ ଚାହୁଁନାହିଁ। ଯଦି ମୁଁ କାହା ବିଷୟରେ ଟିପ୍ପଣୀ ଦେବି, ତାହେଲେ ନିଶ୍ଚିନ୍ତ ଭାବରେ ସେହି ବ୍ୟକ୍ତି ଖରାପ ଅନୁଭବ କରିବେ।”
ଆଗକୁ ରିଲିଜ୍ ହେବାକୁ ଥିବା ଫିଲ୍ମ ଟୋଟାଲ୍ ଧମାଲ୍ର ପ୍ରୋମୋସନ୍ ସମୟରେ ଅଜୟ ଏହି କଥା କହିଛନ୍ତି। ଅଜୟଙ୍କ ଭାଷାରେ, ଏପରି ଲୋକଙ୍କର ବାସ୍ତବରେ କୌଣସି ମୂଲ୍ୟ ନାହିଁ। 
ସୂଚନାଯୋଗ୍ୟ, ନିକଟରେ ନ୍ୟାସାଙ୍କୁ ଏୟାର୍ପୋର୍ଟ ଲୁକ୍ରେ ଟ୍ରଲ୍ କରାଯାଇଥିଲା। ପ୍ରଥମେ ପ୍ରଥମେ ନ୍ୟାସା ସୋଶାଲ ମିଡିଆରେ ଟ୍ରୋଲିଂକୁ ନେଇ ଚିନ୍ତାରେ ରହୁଥିଲେ କିନ୍ତୁ ବର୍ତ୍ତମାନ ସେ ଏ ସବୁକୁ ଧ୍ୟାନ ଦେଉନାହାନ୍ତି ବୋଲି କୁହାଯାଉଛି।
ତେବେ ଏହି ଟ୍ରୋଲିଂର ଜବାବ ଅଜୟ କିପରି ଦିଅନ୍ତି ପ୍ରଶ୍ନ କରାଯିବା ପରେ ସେ କହିଥିଲେ, “ୟୁଜରଙ୍କ ଟ୍ରଲ୍ର କୌଣସି ପ୍ରତିକ୍ରିୟା ରଖନ୍ତୁ ନାହିଁ। ଯେତେ ଅଧିକ ଆପଣ ପ୍ରତିକ୍ରିୟା ଦେବେ, ସେତେ ଅଧିକ ଆପଣଙ୍କୁ ଟ୍ରୋଲ କରାଯିବ। ତେଣୁ ଟ୍ରୋଲର୍ସଙ୍କ ସହିତ ଲଢ଼ିବା ବନ୍ଦ କରିବା ହିଁ ଠିକ୍ ହେବ।”
from Odisha Reporter https://ift.tt/2XeXAjT
No comments:
Post a Comment