
କଣ୍ଟାବାଞ୍ଜି(ସୁରଦାସ ବାଗ): ବିଶାଖାପାଟଣାରୁ ରାଜସ୍ଥାନର ଭଗତ କି କୋଠି ଅଭିମୁଖେ ଯାଉଥିବା ଏକ ଏକ୍ସପ୍ରେସ ଟ୍ରେନ୍ ହରିଶଙ୍କର ରୋଡ୍ ଷ୍ଟେସନ୍ରେ କିଛି ସମୟ ପାଇଁ ଅଟକିଥିଲା। ଟ୍ରେନ୍ର ଦ୍ୱିତୀୟ ଇଞ୍ଜିନରେ ପ୍ରବଳ ଧୂଆଁ ବାହାରିବାରୁ ଚାଳକ ଟ୍ରେନ୍କୁ ଅଟକାଇଥିଲେ। ଇଞ୍ଜିନର ଯାନ୍ତ୍ରିକ ତ୍ରୁଟି ଯୋଗୁ ପ୍ରବଳ ଧୂଆଁ ବାହାରିଥିଲା। ମରାମତି ପରେ ଟ୍ରେନ୍ଟି ଯାତ୍ରା ଆରମ୍ଭ କରିଛି। ମାତ୍ର ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।
ଏକ୍ସପ୍ରେସ୍ ଟ୍ରେନ୍ଟି ବିଶାଖାପାଟଣାରୁ ନିର୍ଦ୍ଧାରିତ ସମୟରେ ଛାଡ଼ିଥିଲା। ଟ୍ରେନ୍ଟି କଣ୍ଟାବାଞ୍ଜି, ହରିଶଙ୍କର ରୋଡ୍ ଓ ରାୟପୁର ଦେଇ ରାଜସ୍ଥାନ ଅଭିମୁଖେ ଯାତ୍ରା କରୁଥିଲା। ତେବେ ହରିଶଙ୍କର ରୋଡ୍ ପୂର୍ବରୁ ଚେନ୍ ପୁଲ୍ ହେବାରୁ ଚାଳକ ଟ୍ରେନ୍ଟିକୁ ଅଟକାଇଥିଲେ। ଚାଳକ ଯାଞ୍ଚ କରିବାକୁ ଦ୍ୱିତୀୟ ଇଞ୍ଜିନ୍ରେ ତ୍ରୁଟିଥିବା ଜଣାପଡ଼ିଥିଲା।
from Odisha Reporter https://ift.tt/2BK5SY0
No comments:
Post a Comment