
ହାଇଦ୍ରାବାଦ: ମା ହେବାର ନୂଆ ଅନୁଭୂତିକୁ ଭରପୂର ଉପଭୋଗ କରୁଥିବା ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଚଳିତ ବର୍ଷ ଶେଷ ଭାଗରେ ଟେନିସ ଦୁନିଆକୁ ଫେରିବେ ବୋଲି ଘୋଷଣା କରିଛନ୍ତି। ସମ୍ଭବତଃ ସେହି ସମୟରେ ହେବାକୁ ଥିବା ‘ୟୁଏସ୍ ଓପନ୍’ରେ ଭାଗ ନେବା ଉଦ୍ଦେଶ୍ୟରେ ସେ ଏପରି କହିଥିବା ବିଶ୍ୱାସ କରାଯାଉଛି।
୬ଟି ଗ୍ରାଣ୍ଡ ସ୍ଲାମ୍ ବିଜେତା ସାନିଆ କପିଲ ଶର୍ମା ଶୋ’ରେ ଏହି ବିଷୟରେ ଘୋଷଣା କରିଛନ୍ତି। ସେ କହିଛନ୍ତି, ଟେନିସ୍କୁ ସେ ସବୁ ସମୟରେ ପ୍ରାଥମିକତା ଦେଇଆସିଛନ୍ତି। ସେ ଚଳିତ ବର୍ଷ ଶେଷ ବେଳକୁ ଟେନିସ କୋର୍ଟକୁ ଓହ୍ଲାଇବେ ଏବଂ ଏହା ପୂର୍ବରୁ ମାତୃତ୍ୱ କାରଣରୁ ବୃଦ୍ଧିପାଇଥିବା ଓଜନ କମାଇବେ।
ସେ କହିଛନ୍ତି, “ମହିଳା ଭାବେ ଆମେ ସବୁ ସମୟରେ ବିବାହ ବିଷୟରେ ଏବଂ ଛୁଆ ଜନ୍ମ କରିବା ବିଷୟରେ ଚନ୍ତା କରିଥାଉ। କିନ୍ତୁ ଏଇ ବର୍ଷକରେ ମୁଁ ଅନୁଭବ କରିଛି, ମହିଳାଙ୍କ ନିକଟରେ ବହୁତ ଚମତ୍କାରିତା ରହିଛି। ମାତୃତ୍ୱ ନିଃସ୍ୱାର୍ଥ ଓ ନିଷ୍କପଟ ଭଲପାଇବା ଭଳି। ତେବେ ମୋ ପାଇଁ ପ୍ରଥମେ ଟେନିସ। ବର୍ଷ ଶେଷରେ, ସମ୍ଭବତଃ ୟୁଏସ୍ ଓପନ୍ ବେଳକୁ ଫେରିବି ଭାବୁଛି।”
ତାଙ୍କ କ୍ରିକେଟର ସ୍ୱାମୀ ଶୋଏବ୍ ମାଲିକ୍ ବର୍ଷ ସାରା ବିଦେଶ ଗସ୍ତରେ ରହୁଛନ୍ତି ଏବଂ ଚଳିତ ବର୍ଷ ବିଶ୍ୱକପ୍ର ବର୍ଷ ହୋଇଥିବାରୁ ସେ ଆହୁରି ଅଧିକ ବ୍ୟସ୍ତ ରହିବେ ବୋଲି ସାନିଆ କହିଛନ୍ତି। ତେଣୁ ପୁଅ ଇଜ୍ହାନ୍ର ଡାଏପର ବଦଳାଇବା କାମ ମୋ ଉପରେ ନ୍ୟସ୍ତ ଅଛି ବୋଲି ସେ କହିଛନ୍ତି।
ସେ କହିଛନ୍ତି, “ଶୋଏବ୍ ମଧ୍ୟ ତାହା କରନ୍ତି। କିନ୍ତୁ ପ୍ରାୟତଃ ମୁଁ ହିଁ ଡାଏପର ବଦଳାଏ। ସେ ୩-୪ ଦିନ ପାଇଁ ଆସନ୍ତି ଏବଂ ସେ ପ୍ରାୟତଃ କ୍ଲାନ୍ତ ଥିବାରୁ ମୁଁ ତାଙ୍କୁ ବିଶ୍ରାମ ନେବାର ସୁଯୋଗ ଦିଏ। ମୁଁ ଏବେ ଖେଳୁନି, ତେଣୁ ମୁଁ ତାଙ୍କୁ କହିଦେଇଛି ମୁଁ ଇଜ୍ହାନ୍ର ସବୁ ଦାୟିତ୍ୱ ସମ୍ଭାଳିନେବି।”
from Odisha Reporter http://bit.ly/2MKIRZh
No comments:
Post a Comment