
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତିକ ବୟାନବାଜି ସେତେ ତେଜୁଛି। ଆଜି ଅମିତ୍ ଶାହଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁରୀ ତାଳବଣିଆରେ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନରେ ରାଜ୍ୟସରକାରଙ୍କୁ ଆକ୍ରମଣ କରିଥିବା ବେଳେ ଏହାର ପାଲଟା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅମିତ ଶାହଙ୍କ ବିଜେଡିକୁ ଓପାଡ଼ି ଫୋପାଡ଼ି ଦେବା ଆହ୍ୱାନ ପ୍ରସଙ୍ଗରେ ନବୀନ କହିଛନ୍ତି,୨୦୧୯ ନିର୍ବାଚନ ଫଳ ସ୍ପଷ୍ଟ କରିବ କିଏ କାହାକୁ ଫୋପାଡ଼ୁଛି। ନିର୍ବାଚନରେ ଆମେ ବହୁ ସଂଖ୍ୟାରେ ଜିତିବୁ।
ସେହିପରି ପୋଡ଼ା ଟ୍ରାନ୍ସଫର୍ମର କିଏ, ତାହା ବି ନିର୍ବାଚନ ପରେ ଜଣାପଡ଼ିବ ବୋଲି ନବୀନ କହିଛନ୍ତି। ଆମେ ସମଦୂରତାରେ ଅଛୁ ଏବଂ ଆମେ ଆମର ‘ଏ’ ଟିମ୍ ବୋଲି ନବୀନ କହିଛନ୍ତି। ସୂଚନା ଅନୁଯାୟୀ, ଆଜି ଅମିତ୍ ଶାହ ବିଜେଡିକୁ ଜବାବ ମାଗିବା ସହ ନିଜର ଚିରାଚରିତ ଢଙ୍ଗରେ ପୁରୁଣା ସଂଳାପ କହି ବର୍ଷିଥିଲେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କହିଥିଲେ ଅମିତ୍ କହିଥିଲେ ଯେ, ଜଣେ ଓଡ଼ିଆ ଭାଷା ବୁଝି ପାରୁଥିବା, କହି ପାରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ବାଛ। ଏଥିସହ ପୁରୁଣା ସଂଳାପକୁ ଦୋହରାଇ ଶାହ କହିଥିଲେ।
from Odisha Reporter http://bit.ly/2sYWyuy
No comments:
Post a Comment