ମସ୍କୋରେ ଓଡ଼ିଆ ଆଦିବାସୀ ଝିଅଙ୍କ କମାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ମସ୍କୋରେ ଓଡ଼ିଆ ଆଦିବାସୀ ଝିଅଙ୍କ କମାଲ

ଭୁବନେଶ୍ୱର: ଓଡ଼ିଶାର ଆଉ ଜଣେ ଝିଅ ବିଦେଶରେ ନିଜର କ୍ରୀଡ଼ା ନୈପୁଣ୍ୟ ଦେଖାଇଛନ୍ତି। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲବ୍ ସିଆଳିଯୋଡ଼ା ଗ୍ରାମର ମଞ୍ଜୁ ମୁଣ୍ଡା ରୁଷ୍ ରାଜଧାନୀ ମସ୍କୋରେ ଅନୁଷ୍ଠିତ ଉଷୁ ଷ୍ଟାର୍ ଚାମ୍ପିଅନଶିପରେ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସେ ୪୨ କେଜି ବର୍ଗର ଫାଇନାଲରେ ଆୟୋଜକ ଦେଶର ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ହଳଦିଆ ପଦକ କବଜା କରିଥିଲେ। ଏହା ପୂର୍ବରୁ ସେମିଫାଇନାଲ୍ ଓ କ୍ୱାର୍ଟରଫାଇନାଲରେ ମଞ୍ଜୁ ଯଥାକ୍ରମେ ଇଜିପ୍ଟ ଓ କଜାଖସ୍ତାନ ପ୍ରତିଦ୍ୱନ୍ଦ୍ୱୀଙ୍କ ପରାସ୍ତ କରିଥିଲେ।

ଚଳିତମାସ ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ସମ୍ମାନଜନକ ପ୍ରତିଯୋଗିତାରେ ମଞ୍ଜୁ ଏକମାତ୍ର ଓଡ଼ିଆ ଭାବେ ୨୮ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ତାଙ୍କ ସହ ଓଡ଼ିଆ କୋଚ୍ ପଙ୍କଜ କୁମାର ମହାନ୍ତ ରୁଷ୍ ଗସ୍ତ କରିଥିଲେ। ଯୋଡ଼ା ମହିଳା କଲେଜର ଛାତ୍ରୀ ମଞ୍ଜୁଙ୍କ ନାମରେ ୧୨ ସ୍ୱର୍ଣ୍ଣ ସହ ମୋଟ ୨୦ ପଦକ ରହିଛି। ୨୦୧୭ରେ ଉତ୍ତରାଖଣ୍ଡରେ ଅନୁଷ୍ଠିତ ଜାତୀୟ ଉଷୁ ଚାମ୍ପିଅନଶିପରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ।

ଏହି ପ୍ରତିଭାକୁ ଜେଏସପିଏଲ ଫାଉଣ୍ଡେସନ୍ ଖୋଜି ବାହାର କରିଥିଲା। ୨୦୧୧ ପରଠାରୁ କୌଣସି ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଆବଶ୍ୟକ ଟ୍ରେନିଂ, ପୁଷ୍ଟିକର ଖାଦ୍ୟ ଏବଂ ସମସ୍ତ ସୁବିଧା ସୁଯୋଗ ଜେଏସପିଏଲ ଏହି ଆଦିବାସୀ ଝିଅଙ୍କୁ ଯୋଗାଇ ଦେଇଆସୁଛି। ସେ ଜେଏସପିଏଲ୍ ଫାଉଣ୍ଡେସନ୍ ଦ୍ୱାରା ନିଯୁକ୍ତ ଏସିଆନ୍ ଇନଡୋର୍ ଗେମ୍ସ କିକ୍ ବକ୍ସିଂ ପଦକ ବିଜେତା ପଙ୍କଜ କୁମାର ମହାନ୍ତଙ୍କ ତତ୍ତ୍ୱାବଧାନରେ ଟ୍ରେନିଂ ନେଇଆସୁଛନ୍ତି। ମଞ୍ଜୁଙ୍କ ସଫଳତା ପାଇଁ ରାଜ୍ୟ ଉଷୁ ଓ ଭାରତୀୟ ଉଷୁ ଆସୋସିଏସନର ସଭାପତି ଏସଏସ ହରିଚନ୍ଦନ ଅଭିନନ୍ଦନ ଜଣାଇଛନ୍ତି ।



from Odisha Reporter https://ift.tt/2IDEjFp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages