ଗେଲଙ୍କ ୫୦୦ ଛକା ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ଗେଲଙ୍କ ୫୦୦ ଛକା ରେକର୍ଡ

ସେଣ୍ଟ ଜର୍ଜ:ୟୁନିଭର୍ସାଲ୍ ବସ୍ କ୍ରିସ୍ ଗେଲ୍ ଏଠାରେ ନିଜର ୨୫ତମ ଶତକ ହାସଲ କରି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଗେଲ ମାତ୍ର ୫୫ ବଲରେ ଶତକ ମାରିବା ସହ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୫୦୦ ଛକା ମାରିବାର ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି।

ସେ ନିଜର ୧୬୨ ରନର ମାରାଥନ ଇନିଂସ୍ ମଧ୍ୟରେ ୧୪ ଛକା ମାରିଛନ୍ତି। ଦିନିକିଆରେ ଗେଲଙ୍କ ଛକା ସଂଖ୍ୟା ୩୦୫ରେ ପହଞ୍ଚିଛି। ତାଙ୍କ ପଛକୁ ପାକିସ୍ତାନର ଶାହିଦ ଆଫ୍ରିଦି ମୋଟ ୩୫୧ ଛକା ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହାଛଡ଼ା ଗେଲ୍ ଟେଷ୍ଟରେ ୯୮ ଏବଂ ଟି-୨୦ରେ ୧୦୩ ଛକା ମାରିଛନ୍ତି।

ଗେଲ ମଧ୍ୟ ଦିନିକିଆରେ ୧୦ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି। ସେ ୱିଣ୍ଡିଜର ଦ୍ୱିତୀୟ ଏବଂ ବିଶ୍ୱର ୧୪ତମ ବ୍ୟାଟ୍ସମ୍ୟାନ୍ ଭାବେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୱିଣ୍ଡିଜର କିମ୍ବଦନ୍ତୀ ବ୍ରାଏନ୍ ଲାରା ମଧ୍ୟ ଏହି ଏଲିଟ୍ ଲିଷ୍ଟରେ ଅଛନ୍ତି।



from Odisha Reporter https://ift.tt/2TekXLt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages