“ପ୍ରଦୂଷଣ ପାଇଁ ଗରିବ ଲୋକଙ୍କ ଚାକିରି ଛଡ଼ାଇ ପାରିବୁନି” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

“ପ୍ରଦୂଷଣ ପାଇଁ ଗରିବ ଲୋକଙ୍କ ଚାକିରି ଛଡ଼ାଇ ପାରିବୁନି”

ନୂଆଦିଲ୍ଲୀ: ପ୍ରଦୂଷଣ ସୃଷ୍ଟିକାରୀ ବାଣର ଉତ୍ପାଦନ, ବିକ୍ରି ଏବଂ ବ୍ୟବହାରକୁ ନେଇ ୨୦୧୮ ମସିହା ଅକ୍ଟୋବର ୨୩ ତାରିଖରେ ଅର୍ଥାତ ଦୀପାବଳୀ ପୂର୍ବରୁ ଦେଇଥିବା ନିଜ ରାୟର ପୁନଃସମୀକ୍ଷା କରିଛନ୍ତି ସୁପ୍ରିମ୍‌କୋର୍ଟ। ମଙ୍ଗଳବାର ସୁପ୍ରିମ୍‌କୋର୍ଟ କହିଛନ୍ତି ଏପରି ସମ୍ପୂର୍ଣ୍ଣ ବନ୍ଦ କରି ବାଣ ତିଆରି କାମରେ କାର୍ଯ୍ୟରତ ଗରିବ ଲୋକଙ୍କ ରୋଜଗାର ବନ୍ଦ କରାଯାଇପାରିବନି ଏବଂ ସେମାନଙ୍କୁ ଅନାହାରରେ ରହିବାକୁ ଛାଡ଼ିଦିଆଯାଇ ପାରିବନି।

ସୁବ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ ଏହି ପ୍ରସଙ୍ଗରେ କହିଛନ୍ତି, “ଆମେ ଯଦି ବାଣ ଉତ୍ପାଦନ କରୁଥିବା କାରଖାନା ବନ୍ଦ କରି ଦେବା, ତେବେ ଆମେ କାମ ଓ ଉପାର୍ଜ୍ଜନ ହରାଇବାକୁ ଥିବା ଲୋକଙ୍କୁ ନା ଟଙ୍କା, ନା ଚାକିରି ନା ସହାୟତା, କିଛି ବି ଦେଇପାରିବା ନାହିଁ। ଏଭଳି କରି ଆମେ ଅଧିକ ବେକାରୀ ସୃଷ୍ଟି କରିପାରିବା ନାହିଁ।”

ଆଇନତଃ ସିଦ୍ଧ ବାଣ ଉତ୍ପାଦନ କେନ୍ଦ୍ରସବୁ ବନ୍ଦ କରି ସେମାନଙ୍କୁ ରୋଜଗାର ବନ୍ଦ କରି ହେବ ନାହିଁ ବୋଲି ଜଷ୍ଟିସ ବୋବଡେ ଏହି ଅବସରରେ କହିଛନ୍ତି।

ଅକ୍ଟୋବର ୨୩ରେ ଦିଆଯାଇଥିବା ରାୟରେ କେବଳ ଗ୍ରୀନ୍‌ କ୍ରାକର୍ସ ବା ପରିବେଶ ଅନୁକୂଳ ବାଣ ଫୁଟାଇବାର ଅନୁମତି ମିଳିଥିଲା। ଦୀପାବଳୀ ସମୟରେ ଏବଂ ଏହାର ବେଶ୍‌ କିଛି ଦିନ ଯାଏ ଦିଲ୍ଲୀ ଭଳି ଅଞ୍ଚଳରେ ପ୍ରଦୂଷଣ ବଢ଼ିଯାଉଥିବାରୁ ଏହା ବିରୋଧରେ କରାଯାଇଥିବା ଆବେଦନର ବିଚାର ପରେ ଏହି ନିର୍ଦ୍ଦେଶ ଦିଆଯାଇ ଥିଲା।

ଜଷ୍ଟିସ୍ ବୋବ୍‌ଡେ ଆହୁରି ମଧ୍ୟ କହିଛନ୍ତି, ଲୋକେ ପ୍ରଦୂଷଣ ପାଇଁ ବାଣ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। କିନ୍ତୁ ପ୍ରକୃତରେ ସବୁଠାରୁ ଅଧିକ ପ୍ରଦୂଷଣ ଗାଡ଼ିଗୁଡ଼ିକ ପାଇଁ ହିଁ ହେଉଛି। ଏହି ମାମଲା ସଦ୍ୟ ଅବସର ନେଇଥିବା ଜଷ୍ଟିସ୍‌ ଏକେ ସିକ୍ରୀଙ୍କ ବେଞ୍ଚରେ ବିଚାର ହେଉଥିଲା ଏବଂ ବର୍ତ୍ତମାନ ପ୍ରଥମ ଥର ପାଇଁ ଏହାକୁ ଜଷ୍ଟିସ୍‌ ବୋବ୍‌ଡେଙ୍କ ବେଞ୍ଚକୁ ଆସିଛି। ଜଷ୍ଟିସ୍‌ ବୋବ୍‌ଡେ ସୁପ୍ରିମ୍‌କୋର୍ଟର ଆଗାମୀ ପ୍ରଧାନ ବିଚାରପତି ହେବାର ସମ୍ଭାବନା ରହିଛି।



from Odisha Reporter https://ift.tt/2TBOUGl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages