କର୍ମଚାରୀଙ୍କ କୁନିପିଲାଙ୍କ ପାଇଁ ବ୍ୟାଙ୍କ ଅଫ୍‌ ବରୋଦା କଲା ଏମିତି ସୁବିଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

କର୍ମଚାରୀଙ୍କ କୁନିପିଲାଙ୍କ ପାଇଁ ବ୍ୟାଙ୍କ ଅଫ୍‌ ବରୋଦା କଲା ଏମିତି ସୁବିଧା

କୋଲ୍‌କାତା (ଓଡ଼ିଶା ରିପୋର୍ଟର): ଦେଶର ପ୍ରଥମ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଭାବେ ବ୍ୟାଙ୍କ ଅଫ୍ ବରୋଦା(ବିଓବି) ଏହାର କର୍ମଚାରୀଙ୍କ ପାଇଁ ଏମିତି ସୁବିଧା କରିଛି ଆପଣ ଜାଣିଲେ ଖୁସି ହୋଇଯିବେ। ଆଉ ଆଶା କରିବେ ଆପଣଙ୍କ କମ୍ପାନୀ ମଧ୍ୟ ଠିକ୍‌ ସେହିଭଳି ସୁବିଧା ଦେଉ। କମ୍ପାନୀ ନିଜର କର୍ମଚାରୀଙ୍କ କୁନି କୁନି ପିଲାମାନଙ୍କ ପାଇଁ ଏକ ଡେ’କେୟାର ଫାସିଲିଟି ସେଣ୍ଟର ସ୍ଥାପନ କରିଛି। ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ୍ ଠାରେ ବିଓବି ଏହାର କର୍ପୋରେଟ୍ ଅଫିସ୍‌ରେ ଏହି ଚାଇଲ୍ଡ୍ କେୟାର ବା ଡେ’ କେୟାର ଫାସିଲିଟି କରିଛି। ଏଠାରେ ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାମ କରୁଥିବା ବେଳେ ଆଗାମୀ ଦିନରେ ଏଭଳି ସୁବିଧା ଅନ୍ୟ ଶାଖା ଓ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକରେ ପ୍ରଦାନ କରାଯିବ ବୋଲି ମଧ୍ୟ ପ୍ରକାଶ କରିଛି।

ଯେଉଁ କର୍ମଚାରୀମାନଙ୍କର ୬ ମାସରୁ ୬ ବର୍ଷ ବୟସ ମଧ୍ୟରେ ଶିଶୁ ଅଛନ୍ତି ସେମାନେ ତାଙ୍କୁ ଅଫିସ୍‌କୁ ଆଣି ପାରିବେ। ନିଜ ପିଲାଙ୍କ ଠାରୁ ସାରା ଦିନ ଦୂରେଇ ରହିବାର କଷ୍ଟ ଲାଘବ କରିବା ତଥା ପିଲାମାନଙ୍କୁ ମା’ ବାପାଙ୍କ ସ୍ନେହରୁ ବଞ୍ଚିତ ନ କରିବା ପାଇଁ କମ୍ପାନୀ ଏହି ପଦକ୍ଷେପ ଗ୍ରହଣ କରିଛି। ଏହାର ପରିଚାଳନା ପାଇଁ କମ୍ପାନୀ ୬୦% ଖର୍ଚ୍ଚ ବହନ କରିବ ଏବଂ କର୍ମଚାରୀମାନେ ୪୦% ଖର୍ଚ୍ଚ ବହନ କରିବେ ବୋଲି ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି. ସେନ୍‌ଗୁପ୍ତା ପ୍ରକାଶ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ବିଓବିରେ ପ୍ରାୟ ୫୫୦୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାମ କରୁଛନ୍ତି। ଏହି ଡେ’ କେୟାର ଫାସିଲିଟିକୁ ବୃଦ୍ଧି କରିବା ପାଇଁ ଡେ କେୟାର ଫାସିଲିଟି ପ୍ରଦାନକାରୀ ଏଜେନ୍ସି ସହିତ ମଧ୍ୟ ସହବନ୍ଧିତା କରାଯାଇଛି।



from Odisha Reporter https://ift.tt/2EX2yJJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages