୧୪୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଓୟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

୧୪୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଓୟୋ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦେଶର ଲୋକପ୍ରିୟ ଅନ୍‌ଲାଇନ୍‌ ହୋଟେଲ୍‌ ଚେନ୍‌ ‘ଓୟୋ’ ୨୦୧୯ ସୁଦ୍ଧା ଭାରତ ସମେତ ଦକ୍ଷିଣ ଏସିଆର କେତୋଟି ଦେଶରେ ପ୍ରାୟ ୧୪୦୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବ। ବିଶେଷ କରି ବୈଷୟିକ ଭିତ୍ତିଭୂମି ସମୃଦ୍ଧି ଓ କମ୍ପାନୀର ପରିଚାଳନାଗତ ଖର୍ଚ୍ଚ ଉଠାଇବା ପାଇଁ ଲିଡରଶିପ୍‌ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ହେବ।  କମ୍ପାନୀର ସିଇଓ ଆଦିତ୍ୟ ଘୋଷ ଏହା କହିଛନ୍ତି।

ଦକ୍ଷିଣ ଏସିଆ ସମେତ ଭାରତରେ ଏହାର ଅବସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ କମ୍ପାନୀ ଏବେ ଯୋଜନା କରିଛି। ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଭାରତର ୨୫୯ଟି ସହରରେ ଏହାର କାରବାର ରହିଛି। ୮୭୦୦ଟି ହୋଟେଲ୍‌ରେ ଏହା ପାଦଚିହ୍ନ ଛାଡ଼ିଥିବା ବେଳେ ‘ଓୟୋ’ ଅଧୀନରେ ପ୍ରାୟ ୧୭୩,୦୦୦ ରୁମ୍ ରହିଛି।



from Odisha Reporter https://ift.tt/2ETdhFd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages