ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କଲେ ଜାକବ ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କଲେ ଜାକବ ପ୍ରଧାନ

ବାଲିଗୁଡ଼ା (ଅଜିତ ନାୟକ): କଂଗ୍ରେସରୁ ଟିକେଟ ନମିଳିବାରୁ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନ। ଆଜି ସେ ନିଜ ସମର୍ଥକଙ୍କ ଗହଣରେ ଯାଇ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।

କଂଗ୍ରେସ ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକାରେ ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିନଥିଲା। ଯାହାକୁ ନେଇ ଜାକବଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଗତକାଲି ସନ୍ଧ୍ୟା ବେଳେ କଂଗ୍ରେସ ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକାରେ ଜାକବଙ୍କ ନାଁ ନଥିଲା।

ଟିକେଟ କଟିବା ପରେ ସେ କହିଥିଲେ,“ଦଳର ନିର୍ବାଚନ ବିପର୍ଯ୍ୟୟ ବେଳେ ମୁଁ ଜିତି କଂଗ୍ରେସର ମର୍ଯ୍ୟାଦା ରଖିଥିଲି। ପ୍ରଦୀପ ମାଝୀ ମୋ ବିରୋଧରେ ମିଥ୍ୟା ରିପୋର୍ଟ ଦେଇ ଟିକେଟ କାଟିଲେ। ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଛି।”



from Odisha Reporter https://ift.tt/2OqzeQ9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages