ଭୟଙ୍କର ଅଗ୍ନିକାଣ୍ଡ, ଦୁଇ ଶିଶୁ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଭୟଙ୍କର ଅଗ୍ନିକାଣ୍ଡ, ଦୁଇ ଶିଶୁ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଶାହେନ ବାଗରେ ଥିବା ଏକ ୪ ମହଲା କୋଠାରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅଗ୍ନିକାଣ୍ଡ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ଶର୍ଟ ସର୍କିଟ ଯୋଗୁ ଏଭଳି ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ଆଜି ମଧ୍ୟାହ୍ନ ପ୍ରାୟ ୧.୦୬ରେ ବିଲଡିଂରେ ନିଆଁ ଲାଗିଥିବା ସମ୍ପର୍କରେ ସୂଚନା ମିଳିଥିଲା। ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ବିଲଡିଂ ମଧ୍ୟରେ ଥିବା ଦୁଇ ଜଣ ଶିଶୁ ଜାଇଦ୍‌ ଓ ଆୟେଶାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲେ ହେଁ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ନିଆଁ ଲିଭା କାର୍ଯ୍ୟରେ ୬ଟି ଦମକଳ ସହ ଘଟଣାସ୍ଥଳରେ ଏବେ ବି ୪ଟି ଆମ୍ବୁଲାନ୍ସ ରହିଛି। ଅଗ୍ନିକାଣ୍ଡ ପରେ ୪ ମହଲା କୋଠାଟିର ପ୍ରଥମ ମହଲାଟି ସଂପୂର୍ଣ୍ଣ ଭାବେ ଧ୍ୱଂସସ୍ତୂପ ପାଲଟି ଯାଇଛି। ଦମକଳ ବାହିନୀର ସତର୍କତା ଯୋଗୁ ନିଆଁ ଅନ୍ୟ ମହଲାକୁ ବ୍ୟାପି ନଥିବା ଜଣାପଡ଼ିଛି।



from Odisha Reporter https://ift.tt/2TWMK41

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages