
ବେଜିଂ: ଭାରତର ଅରୁଣାଚଳ ପ୍ରଦେଶକୁ ନିଜ ଅଞ୍ଚଳ ବୋଲି ଦାବି କରୁଥିବା ଚାଇନା ଆଜି ନିଜର କ୍ରୋଧ ଜାହିର କରିଛି। ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୩୦ ହଜାର ମାନଚିତ୍ର ସଂଗ୍ରହ କରାଯାଇ ସେଗୁଡିକୁ ନଷ୍ଟ କରିଦିଆଯାଇଛି। କାରଣ, ଏଥିରେ ଅରୁଣାଚଳ ପ୍ରଦେଶ ଓ ତାଇୱାନକୁ ଚୀନ୍ର ଅଂଶବିଶେଷ ଭାବେ ଦର୍ଶାଯାଇ ନ ଥିଲା। ତେଣୁ ଏଭଳି ‘ଭୁଲ ମ୍ୟାପ୍’ ବିରୋଧରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ କଷ୍ଟମ ବିଭାଗ ବିଭିନ୍ନ ସ୍ଥାନ ଓ ସୂତ୍ରରୁ ଏଭଳି ୨୮୯୦୮ଟି ‘ଭୁଲ’ ମାନଚିତ୍ରକୁ ଜବତ କରିଥିଲା। ଏହାପରେ ସେହି ମ୍ୟାପ୍କୁ ନଷ୍ଟ କରାଯାଇଥିଲା। ଏ ସଂକ୍ରାନ୍ତ ଖବର ଚାଇନା ସରକାରଙ୍କ ମୁଖପାତ୍ର ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଛି।
ଅରୁଣାଚଳ ପ୍ରଦେଶ ଭାରତର ବୋଲି ସମସ୍ତେ ଜାଣିଛନ୍ତି। ସେହିପରି ତାଇୱାନ୍ ମଧ୍ୟ ଏକ ସ୍ୱତନ୍ତ୍ର ରାଷ୍ଟ୍ର। ଏହା ସତ୍ତ୍ୱେ ଚାଇନା ବଳପୂର୍ବକ ଏହାକୁ ନିଜର ବୋଲି ଦାବି କରିଆସୁଛି।
from Odisha Reporter https://ift.tt/2U0MP6X
No comments:
Post a Comment