
କୋରାପୁଟ(ଓଡ଼ିଶା ରିପୋର୍ଟର): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଓଡ଼ିଶାର କୋରାପୁଟ ଗସ୍ତ କରିଛନ୍ତି। ଚିରାଚରିତ ଭାବରେ ବିଜେପିକୁ ଟାର୍ଗେଟ୍ କରିବାକୁ ଯାଇ ରାହୁଲ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ବାବଦରେ ମଧ୍ୟ ମନ୍ତବ୍ୟ ଦେଇଥିଲେ। ତେବେ କହୁ କହୁ ସେ ଏମିତି କଥା କହିଦେଲେ ଯାହା ରାଜନୀତିକ ମହଲରେ ନୂଆ ପ୍ରସଙ୍ଗ ପାଲଟିଛି। ସେ ଭାଷଣ ଛଳରେ ମୃତ ଆତଙ୍କବାଦୀଙ୍କୁ ସହିଦ ବୋଲି କହିବାକୁ ମଧ୍ୟ ପଛାଇନାହାନ୍ତି।
ରାହୁଲ କହିଥିଲେ, “କିଛି ଦିନ ତଳେ, ଭାରତୀୟ ବାୟୁସେନା ପାକିସ୍ତାନ ଉପରେ ଆକ୍ରମଣ କରି ବୋମା ବର୍ଷଣ କରିଥିଲେ। ଏହି ପ୍ରକ୍ରିୟାରେ ଆମର କିଛି ଲୋକ ମଧ୍ୟ ସହିଦ ହୋଇଥିଲେ।”
Live from Koraput, Odisha.
Rahul Gandhi यांनी वर पोस्ट केले शुक्रवार, ८ मार्च, २०१९
ତେବେ ଏପରି କହିବା ପରେ କୌଣସି ଅବଶୋଷ ବା କ୍ଷମା ପ୍ରାର୍ଥନା ନକରି କୋରାପୁଟରେ ଥିବା ହାଲ୍ ବାବଦରେ କହିବା ଆରମ୍ଭ କରିଥିଲେ। ଏହା ପରେ ରାଫେଲ ବାବଦରେ କହିବାକୁ ଯାଇ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁସେନାରୁ ଟଙ୍କା ନେଇ ଅନୀଲ ଅମ୍ବାନୀଙ୍କୁ ଦେଇଛନ୍ତି।
ରାହୁଲ ତାଙ୍କ ଭାଷଣରେ କେତୋଟି ବିବାଦୀୟ ଓ ଅସଙ୍ଗତ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ଯେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା, ଯାହାକି ଅସତ୍ୟ। କାରଣ ଏହା ପାକିସ୍ତାନ ସହିତ ଯୁଦ୍ଧ ନଥିଲା, ଏହା କେବଳ ସୀମା ସେପଟେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ ହୋଇଥିଲା। ଆତଙ୍କବାଦୀଙ୍କର କୌଣସି ଜାତି ବା ଦେଶ ନଥାଏ ବୋଲି ବାରମ୍ବାର କୁହାଯାଇଥାଏ। ତେଣୁ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କିପରି ଏକ ଦେଶ ଉପରେ ଆକ୍ରମଣ ବୋଲି କୁହାଯାଇପାରିବ? ଇତିହାସ ପୃଷ୍ଠା ଓଲଟାଇ ଦେଖିଲେ ଜଣାଯିବ, ଭାରତ କେବେ ହେଲେ କୌଣସି ଦେଶକୁ ପ୍ରଥମେ ନିଜଆଡ଼ୁ ଆକ୍ରମଣ କରିନାହିଁ।
ଭାରତ ନିଜର ଆତ୍ମରକ୍ଷା ପାଇଁ ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ଉଦ୍ଦେଶ୍ୟ ଥିଲା, ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ଭଳି ଘଟଣାର ପୁନରାବୃତ୍ତି ହେବା ଉପରେ ରୋକ୍ ଲଗାଇବା। ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କୁହାଯାଇଥିଲା ଏହା କେବଳ ଏକ ‘ଅଣ ସାମରିକ ଏବଂ ଆତ୍ମରକ୍ଷାମୂଳକ ଆକ୍ରମଣ’।
ରାହୁଲଙ୍କ ଆଉ ଏକ ବିବାଦୀୟ ଓ ଅଦ୍ଭୁତ ମନ୍ତବ୍ୟ ହେଉଛି, ‘ଆମ ଲୋକେ ସହିଦ ହେଲେ’। ପାକିସ୍ତାନର ସମର୍ଥନରେ ଭାରତ ଏବଂ ବିଶେଷ କରି ଜମ୍ମୁ କଶ୍ମୀରରେ ଅସ୍ଥିରତା ଜାରି ରଖିଥିବା ଆତଙ୍କବାଦୀମାନେ ଆମ ଲୋକ ବୋଲି ଭାରତର ସର୍ବ ପୁରାତନ ଦଳର ଅଧ୍ୟକ୍ଷ କିଭଳି ଭାବରେ କହିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେଭଳି ଏହି ଏୟାର ଷ୍ଟ୍ରାଇକ୍ରେ ବ୍ୟବହାର ହୋଇଥିବା ମିରାଜ୍ ୨୦୦୦ ହାଲ୍ ନୁହେଁ ବରଂ ଡାସଲ୍ଟ ଦ୍ୱାରା ନିର୍ମିତ। ଏହି ପ୍ରସଙ୍ଗରେ ମଧ୍ୟ ତାଙ୍କ ମନ୍ତବ୍ୟ ତଥ୍ୟର ଓଲଟା ବୋଲି ଚର୍ଚ୍ଚା ହେଉଛି।
from Odisha Reporter https://ift.tt/2TEcqS1
No comments:
Post a Comment